Sun. Feb 22nd, 2026

ନ୍ୟୁଜ ଡେକ୍ସ: ଆଜିଠାରୁ ପୁଣି ବଢ଼ିବ ତାତି। ପାଖାପାଖି ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ମାର୍ଚ୍ଚ ଅଧାରୁ ଜଳୁଥିଲା ଅଧାରୁ ଅଧିକ ଓଡ଼ିଶା କାଳବୈଶାଖୀ ବର୍ଷା ଫଳରେ ତାତିରୁ ସାମାନ୍ୟ ରିହାତି ପାଇଥିଲେ।

ହେଲେ ଏବେ ପୁଣି ସେହି ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିବ। କାରଣ ଆଜିଠୁ କମିବ ବର୍ଷାର ପ୍ରଭାବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା ହୋଇପାରେ। ଆସନ୍ତାକାଲିଠାରୁ ଉପରମୁହାଁ ହେବ ତାତି। ୪ରୁ ୫ ଦିନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାତି ତାପମାତ୍ରା ବି ୨ରୁ ୩ ଡିଗ୍ରୀ ବଢ଼ିଯିବ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୭୧.୨ ମିମି ବର୍ଷା ହୋଇଛି। ନୟାଗଡ଼ରେ ୨୮.୨, କଟକରେ ୨୮, ଭଦ୍ରକରେ ୨୩, ଗୋପାଳପୁରରେ ୧୬.୫, ଚାନ୍ଦବାଲିରେ ୧୬.୬, କେନ୍ଦ୍ରାପଡ଼ାରେ ୧୬.୪, ବୌଦ୍ଧରେ ୧୬, ଭୁବନେଶ୍ୱରରେ ୧୨.୨, ତାଳଚେରରେ ୧୨, ଖୋର୍ଦ୍ଧାରେ ୧୧ ଓ ଦେବଗଡ଼ରେ ୧୦.୨ମିମି ବର୍ଷା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *