ନ୍ୟୁଜ ଡେକ୍ସ : ଘରେ ଘରେ ପରିଚିତ କମେଡି କୁଇନ୍ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ସୁସ୍ଥ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଏହା ସହିତ କମେଡି ଜଗତର ଜଣାଶୁଣା ଦମ୍ପତି ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ, ଲେଖକ-ହୋଷ୍ଟ ହର୍ଷ ଲିମ୍ବାଚିୟାଙ୍କ ଘରେ ପୁଣି ଥରେ ଖୁସିର ପରିବେଶ ଫେରିଛି।ସୂଚନା ଅନୁସାରେ, ଭାରତୀ ତାଙ୍କ ଲୋକପ୍ରିୟ ଟିଭି ଶୋ ‘ଲାଫଟର୍ ସେଫ୍ସ’ର ଶୁଟିଂ ପାଇଁ ସେଟ୍କୁ ଯାଇଥିଲେ।
ହେଲେ ସକାଳେ ହଠାତ୍ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଯିବାକୁ ପଡିଥିଲା। ପରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ ସୁସ୍ଥ ଭାବେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁ ଉଭୟ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ଡିସେମ୍ବର ୧୯ ତାରିଖ ସକାଳେ ଭାରତୀ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି।
ଏହି ଖୁସି ଖବରକୁ ଭାରତୀ ଓ ହର୍ଷ ଏକ ବିଶେଷ ଉପାୟରେ ଘୋଷଣା କରିଥିବା ବେଳେ, ସେମାନଙ୍କ ପ୍ରଶଂସକମାନେ ଏହି ମୁହୂର୍ତ୍ତକୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି।ଏବେ ସୋସିଆଲ ମିଡିଆରେ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟାଙ୍କ ପକ୍ଷରୁ ଆସିବାକୁ ଥିବା ଆଧିକାରିକ ପୋଷ୍ଟକୁ ପ୍ରଶଂସକମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି।

