ନ୍ୟୁଜ ଡେକ୍ସ : ଐତିହାସିକ କଟକ ବାଲିଯାତ୍ରା ଆଜିରୁ ଆରମ୍ଭ ହେଉଛି। ମହାନଦୀ ପାଡ଼ାରେ ହେଉଥିବା ଏହି ଶତାବ୍ଦୀପୁରୁଣା ମେଳା ଏବେ ସାଂସ୍କୃତିକ ଓ ବାଣିଜ୍ୟିକ ଉତ୍ସବର ରୂପ ନେଇଛି। ଏବେକି ଶେଷ ସନ୍ଧ୍ୟାରେ ଦର୍ଶକମାନଙ୍କ ପାଇଁ ରହିଛି ଏକ ବିଶେଷ ଆକର୍ଷଣ ବଲିଉଡ୍ର ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋଷାଲଙ୍କ ଗାନ।ଶ୍ରେୟା ଘୋଷାଲ ଏହିପାଇଁ ଓଡ଼ିଶାରେ ପହଞ୍ଚି ସାରିଛନ୍ତି।
ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ଓ ସେ ସିଧାସଳଖ କଟକ ଅଭିମୁଖେ ଯାଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ହାଣ୍ଡଲରେ ଏହି ଅନୁଷ୍ଠାନ ନେଇ ଖୁସି ପ୍ରକାଶ କରିଥିଲେ ଓ ଓଡ଼ିଆ ଦର୍ଶକଙ୍କ ସହ ମିଳିବାକୁ ଅପେକ୍ଷା କରୁଥିଲେ।ଏହି ସାଂସ୍କୃତିକ ସନ୍ଧ୍ୟାରେ ତାଙ୍କ ସୁମଧୁର କଣ୍ଠରେ ଦର୍ଶକମାନେ ମତୁଆଲା ହେବେ ବୋଲି ଆୟୋଜକମାନେ ଆଶା କରୁଛନ୍ତି।
ଏହା ପୂର୍ବରୁ ନଭେମ୍ବର ୭ରେ ଅକ୍ଷୟ ମହାନ୍ତି ମଞ୍ଚରେ ବଲିଉଡ୍ ଗାୟିକା ହର୍ଷଦୀପ କୌରଙ୍କ ସୁରିଲା ଜଲୱାରେ ମନୋରଞ୍ଜିତ ହୋଇଥିଲେ ଦର୍ଶକ। ଏହି ବର୍ଷ ବାଲିଯାତ୍ରାରେ ଦିନକୁ ଦିନ ଭିଡ଼ ବଢିଯାଉଛି। ଲୋକେ ଖାଦ୍ୟ ଦୋକାନ, ଝୁଲା, ଓ ହସ୍ତଶିଳ୍ପ ମେଳା ଘୁରି ଭରପୁର ମଜା ଉଠାଉଛନ୍ତି। ସୁସ୍ଵାଦୁ ଖାଦ୍ୟ, ରଙ୍ଗବର୍ଣ୍ଣ ପଣ୍ୟ, ଓ ରୋମାଞ୍ଚକ ଦୋଳି ଖେଳ ସବୁମିଶି ଏବେ କଟକ ବାଲିଯାତ୍ରାକୁ ଆନନ୍ଦର ସମୁଦ୍ରରେ ପରିଣତ କରିଦେଇଛି।

