Sat. Feb 21st, 2026

ନ୍ୟୁଜ ଡେକ୍ସ : ବ୍ଲକବଷ୍ଟର ସାଇନ୍ସ-ଫିକ୍ସନ୍ ଫିଲ୍ମ ‘କଲକୀ ୨୮୯୮ ଏଡି’ ର ବ୍ୟାପକ ସଫଳତା ପରେ ଏହାର ନିର୍ମାତାମାନେ ଏବେ ସୀକ୍ୱେଲ ତିଆରି କରିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫିଲ୍ମର ପ୍ରଥମ ପାର୍ଟରେ ଦୀପିକା ପାଦୁକୋନ ‘ସୁମୀତ’ ଭୂମିକାରେ ଦର୍ଶକଙ୍କ ମନ ଜିତିଥିଲେ। ତାଙ୍କ ଭାବନାତ୍ମକ ଅଭିନୟ ଓ କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଫିଲ୍ମକୁ ଅଧିକ ଗଭୀରତା ଦେଇଥିଲା।ତେବେ ବର୍ତ୍ତମାନ ଫିଲ୍ମର ସୀକ୍ୱେଲକୁ ନେଇ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁସାରେ, ଦୀପିକା ପାଦୁକୋନ ସୀକ୍ୱେଲରେ ଅଭିନୟ କରିବେ ନାହିଁ। ତାଙ୍କ ସ୍ଥାନରେ ଦକ୍ଷିଣ ଭାରତର ଲୋକପ୍ରିୟ ଓ ପ୍ରତିଭାଶାଳୀ ନାୟିକା ସାଈ ପଲ୍ଲବୀଙ୍କୁ ନେବା ପାଇଁ ମେକର୍ସ ଚିନ୍ତା କରୁଛନ୍ତି ବୋଲି ଖବର ମିଳିଛି।ଯଦିଓ ଏହି ବିଷୟରେ ମେକର୍ସଙ୍କ ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ, ତଥାପି ଫିଲ୍ମ ଟିମ୍‌ର ଜଣେ ପ୍ରତିନିଧି କହିଛନ୍ତି –“ଦୀପିକା ଯଦି ସୀକ୍ୱେଲର ଅଂଶ ନୁହନ୍ତି, ତେବେ ସାଈ ପଲ୍ଲବୀଙ୍କୁ ନେବାକୁ ଆମେ ଇଚ୍ଛୁକ।” ଅନ୍ୟ ଏକ ରିପୋର୍ଟ ଅନୁସାରେ, ସୀକ୍ୱେଲରେ ସୁମୀତ ଚରିତ୍ରର ଗୁରୁତ୍ୱ କମାଯାଇଛି, ଯାହା ଦୀପିକାଙ୍କ ଅଭିନୟ ନ କରିବାର ମୁଖ୍ୟ କାରଣ ହୋଇପାରେ।

ପ୍ରଥମ ପାର୍ଟରେ ସୁମୀତ ଫିଲ୍ମର କାହାଣୀକୁ ଆଗକୁ ଆଗେଇ ନେଇଥିଲେ, କିନ୍ତୁ ସୀକ୍ୱେଲରେ କାହାଣୀର ଫୋକସ୍ ବଦଳିବା ସମ୍ଭାବନା ରହିଛି।ମେକର୍ସଙ୍କ ପକ୍ଷରୁ କୁହାଯାଇଛି ଯେ, କଳାକାର ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲା ପରେ ‘କଲକୀ ୨୮୯୮ ଏଡି’ ସୀକ୍ୱେଲକୁ ଶୀଘ୍ର ଆଧିକାରିକ ଭାବେ ଘୋଷଣା କରାଯିବ।ଏବେ ଦର୍ଶକ ଓ ଫ୍ୟାନ୍‌ମାନେ ଅପେକ୍ଷା କରିଛନ୍ତି – ଦୀପିକା ପୁଣିଥରେ ସୁମୀତ ଭୂମିକାରେ ଫେରିବେ କି, ନା ସାଈ ପଲ୍ଲବୀ ଏହି ମହାକାୟ ପ୍ରୋଜେକ୍ଟର ନୂଆ ମୁହଁ ହେବେ?

Leave a Reply

Your email address will not be published. Required fields are marked *