Thu. Oct 23rd, 2025

ନ୍ୟୁଜ ଡେକ୍ସ : ICC କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ହେବ ବନ୍ଦ । ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ରାଜ୍ୟର ସବୁ କଲେଜରେ ICC କମିଟି କରିବାକୁ ଟାର୍ଗେଟ ରଖାଯାଇଛି । ଯେଉଁମାନେ ଭୁଲ ଅଭିଯୋଗ କରୁଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଆଇସିସି କମିଟି ନାହିଁ ତ ଦରମା ନାହିଁ ବୋଲି ସରକାର କହିଛନ୍ତି। ଯେଉଁମାନେ ଭୁଲ୍ ଅଭିଯୋଗ କରୁଛନ୍ତି, ‌ପିଓଏସଏଚ ଆକ୍ଟ ଅନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଆକ୍ଟ ବାବଦରେ ଲୋକସେବା ଭବନରୁ ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଆଗକୁ ବ୍ଲକ୍ ସ୍ତରରେ ମଧ୍ୟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବାଲେଶ୍ୱର ଘଟଣା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏହାଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକରେ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ପାଇଁ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି । ଯେଉଁମାନେ ମିଥ୍ୟା ଅଭିଯୋଗ ଆଣିବେ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *