Thu. Oct 23rd, 2025

ନ୍ୟୁଜ ଡେକ୍ସ : ସେଫ୍‌ କ୍ୟାମ୍ପେନ୍‌ କରିବ ଉଚ୍ଚ ଶିକ୍ଷା ବିଭାଗ । ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ତେବେ ଗତ କିଛି ଦିନ ହେବ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ପଦକ୍ଷେପ ନିଆଯିବ ।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଶକ୍ତିଶ୍ରୀ ସ୍କିମ୍ରେ ସେଫ୍ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ୍ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟ ଜନକ ପଦକ୍ଷେପ ନନିଅନ୍ତି ଶକ୍ତିଶ୍ରୀ ଯୋଜନାରେ ପଦକ୍ଷେପ ନିଆଯାଇଛି ।

କ୍ୟାମ୍ପସରେ ସଚେତନତା ସହ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର । ଯଦି କେହି କୌଣସି ଘଟଣାକୁ ନେଇ ବ୍ୟସ୍ତ ବିବ୍ରତ ହେଉଛନ୍ତି ତାଙ୍କୁ ବୁଝେଇବାକୁ ପଡ଼ିବ । ତାଙ୍କ ଉଚିତ ଫୋରମ୍ ଅଛି ତାଙ୍କୁ ସେ ବିଷୟରେ ବୁଝାଇବାକୁ ପଡିବ । ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବାପା-ମା’ ଓ ଶିକ୍ଷକ ମାନଙ୍କୁ ଗୋଟେ ଅନୁକୂଳ ପରିବେଶ ସୃଷ୍ଟି କରାଯିବ ବୋଲି ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।

Leave a Reply

Your email address will not be published. Required fields are marked *