Sat. Oct 25th, 2025

ନ୍ୟୁଜ ଡେକ୍ସ : ଆଜି କଟକରେ ପ୍ରବଳ ବର୍ଷା ସହ ପବନ ବହିବାରୁ ଅନେକ ସ୍ଥାନରେ ଅଘଟଣ ଘଟିଛି। କଲେଜ୍‌ ଛକରେ ଥିବା ଲାଇଟ୍‌ ଗେଟ୍‌ ଭାଙ୍ଗି ପଡ଼ିବାରୁ ରାଣୀହାଟରୁ କଲେଜ୍‌ ଛକ ପର୍ଯ୍ୟନ୍ତ ରାସ୍ତା ଅବରୋଧ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଏହାଫଳରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜଣାପଡ଼ିଛି, କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେଜ୍‌ ଛକରେ ଦୁର୍ଗା ପୂଜା ମଣ୍ଡପରେ ପହଞ୍ଚିବାକୁ ଥିଲେ। କିନ୍ତୁ ସେତେବେଳେ ବର୍ଷାପବନରେ ଲାଇଟ୍‌ ଗେଟ୍‌ ଭାଙ୍ଗି ପଡ଼ିବାରୁ ରାସ୍ତା ପୂରାପୁରି ଅବରୋଧ ହୋଇଥିଲା। ସେହିପରି କଟକ ରାଜାବଗିଚାରେ ପୂଜା ମଣ୍ଡପର ଭାଙ୍ଗିଲା ତାଜା । ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲା ବେଳେ ଅଘଟଣ ଘଟିଛି । ଆହତ ୩ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି ।

ସୂଚନାଥାଉକି, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର। ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ତେବେ ୩ ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ।

Leave a Reply

Your email address will not be published. Required fields are marked *