ନ୍ୟୁଜ ଡେକ୍ସ: ଗାଧୋଇବାବେଳେ କଟକ କାଠଯୋଡିରେ ବୁଡି ୨ ଇଞ୍ଜିନିୟର ନିଖୋଜ ଘଟଣା । ତେବେ ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇଞ୍ଜିନିୟର୍ ହେଲେ ରୁତିକେସ ମାତାଲ (୨୫) ଏବଂ ଋତିକ୍ ବ୍ରିଜନେ (୨୫) । ଉଭୟ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି ।
ସୂଚନା ମୁତାବକ, ରବିବାର କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ।ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ରବିବାର ଋଷିକେଶ ମାତାଲଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
କହିରଖୁ କି, ତେବେ ଦୁଇ ଯୁବକ ଏଲ୍ ଏଣ୍ଡ ଟି(L&T)କମ୍ପାନୀରେ ଇଞ୍ଜିନିୟରିଂ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଶନିବାର ଦିନ ପ୍ରାୟ ସାଢେ ୩ଟା ବେଳେ ଗାଧୋଇବା ପାଇଁ ଦୁହେଁ ସେଠାକୁ ଯାଇଥିଲେ । ଏକ ପଥର ବୁରୁଜ ତଳେ ପାଣିର ଗଣ୍ଡ ପାଖରେ ଗାଧୋଇବା ବେଳେ ବୁଡି ଯାଇଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି । ସିଡିଏ ଫେଜ୍ ୨ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା।
