Sun. Feb 22nd, 2026

ନ୍ୟୁଜ ଡେକ୍ସ : ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ହ୍ରିତିକ ରୋଶନ ଓ ୟାମି ଗୌତମ ଅଭିନୀତ ସିନେମା ‘କାବିଲ’ ବକ୍ସଅଫିସରେ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କ ହୃଦୟ ଜିତିଥିଲା। ବିଶେଷକରି ଅନ୍ଧ ଚରିତ୍ରରେ ହ୍ରିତିକଙ୍କ ଶକ୍ତିଶାଳୀ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥିଲା।

ସମ୍ପ୍ରତି ଫିଲ୍ମର ସୀକ୍ୱେଲକୁ ନେଇ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ଏକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଥିଲା। ଜଣେ ୟୁଜରଙ୍କ ପ୍ରଶ୍ନର ଉତ୍ତରରେ ସଞ୍ଜୟ କହିଥିଲେ, “ଏଥର କାବିଲ ଆହୁରି ଭୟଙ୍କର ଓ ମାରାତ୍ମକ ହେବ।” ଏହା ପରେ ଫ୍ୟାନ୍ସମାନେ ‘କାବିଲ’ ସୀକ୍ୱେଲ ନିଶ୍ଚିତ ବୋଲି ଧାରଣା କରିନେଇଥିଲେ।

ତେବେ ହଟାତ୍ ସଞ୍ଜୟ ଗୁପ୍ତା ତାଙ୍କ ଟୁଇଟ୍ ଡିଲିଟ୍ କରିଦେବା ପରେ ଏହି ଆଶା ଉପରେ ପ୍ରଶ୍ନଚିହ୍ନ ଲାଗିଛି। ଟୁଇଟ୍ କାହିଁକି ଡିଲିଟ୍ କରାଗଲା, ସେଥିପାଇଁ କୌଣସି ସ୍ପଷ୍ଟ କାରଣ ମିଳିନାହିଁ।ଏହାରେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି—ସତରେ ‘କାବିଲ’ ସୀକ୍ୱେଲ ଆସିବ କି ନାହିଁ? ଫିଲ୍ମ ଆରମ୍ଭ ଓ ଘୋଷଣାକୁ ନେଇ ଏବେ ପର୍ଯ୍ୟନ୍ତ ସବୁକିଛି ଅପେକ୍ଷାରେ ରହିଛି।

Leave a Reply

Your email address will not be published. Required fields are marked *