ନ୍ୟୁଜ ଡେକ୍ସ: ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ଘଟଣା । ରେଲ ୱେ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ୱର । ୩ ଟି ଟ୍ରେନ୍ର ହେଲା ଦିଗ ପରିବର୍ତ୍ତନ । କାମାକ୍ଷା ଏକ୍ସପ୍ରେସ୍ରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ଟ୍ରେନ୍ରେ ଗନ୍ତବ୍ୟ ସ୍ଥଳରୁ ପଠାଯିବା ପାଇଁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
କଟକ ପାଇଁ ହେଲ୍ପ ଲାଇନ୍ ନମ୍ବର ୮୯୯୧୧୨୪୨୩୮ ରହିଥିବା ବେଳେ କଟକ ପାଇଁ ମୋବାଇଲ୍ ନଂ- ୭୨୦୫୧୪୯୫୯୧ ଜାରି କରାଯାଇଛି । ସେହିପରି ଭୁବନେଶ୍ବର ୧ନଂ ପ୍ଲାଟଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା ରହିଥିବା ବେଳେ ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି ହୋଇଛି । ଖୋର୍ଦ୍ଧା ରୋଡ୍ ହେଲ୍ପ ଡେସ୍କ ୦୬୭୪୨୪୯୨୨୪୫ ଏବଂ ଭଦ୍ରକ ପାଇଁ ୯୪୩୭୪୪୩୪୬୯ ହେଲ୍ପ ଲାଇନ୍ ନଂ ଜାରି କରାଯାଇଛି । ଏହା ଦ୍ବାରା ପରିଜନ ଯୋଗାଯୋଗ କରିବା ନେଇ ସୂଚାଇ ଦେଇଛି ରେଲଓ୍ବେ ବିଭାଗ ।ତେବେ ଆଜି ପୂର୍ବାହ୍ନ ୧୧ଟା ୫୪ ମିନିଟ୍ରେ ବେଙ୍ଗଲୁରୁ-କାମାକ୍ଷା ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ଟ୍ରେନର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇଛି ।
ଯେଉଁଥିରେ ଭାଗ୍ୟବଶତଃ ବିଶେଷ ଧନଜୀବନ କ୍ଷତି ହୋଇନଥିବା ବେଳେ ଏଥିରେ ୮ ଜଣ ଆହତ ହୋଇଥିବା ପ୍ରାଥମିକ ସୂଚନା ରହିଛି । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଥିବା ବେଳେ, ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । ସମସ୍ତ ଆହତଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ଅନ୍ୟ ଯାତ୍ରୀମାନଙ୍କୁ କିପରି ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯିବ, ସେନେଇ ସ୍ପତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି ରେଳ ବିଭାଗ ।
