Thu. Oct 23rd, 2025

ନ୍ୟୁଜ ଡେକ୍ସ: ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସେପଟେ କାହିଁକି ଲାଇନଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସ?

କାରଣ ଖୋଜୁଛି ରେଲୱେ ସେଫ୍ଟି ବିଭାଗ । ସମଗ୍ର ଉଦ୍ଧାର କାର୍ଯ୍ୟ ଇସିଓଆର୍ ମହାପ୍ରବନ୍ଧକଙ୍କ ଦ୍ୱାରା ତଦାରଖ କରାଯାଇଥିଲା।ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ହେବ । କଟକ ରେଳ ଷ୍ଟେସନ୍ ଛାଡ଼ି ଆସାମର ଗୌହାଟୀ ଅଭିମୁଖେ ଆଗକୁ ବଢ଼ୁଥାଏ ବେଙ୍ଗାଲୁରୁ-କାମାକ୍ଷା ସୁପରଫାଷ୍ଟ୍ ଏକ୍ସପ୍ରେସ୍ । ଟ୍ରେନ୍ଟି ମଙ୍ଗୁଳି-ଚୌଦ୍ୱାର ପାସେଞ୍ଜର୍ ହଲ୍ଟ ପରେ ଏକ ବୁଲାଣି ଅତିକ୍ରମ କରୁଥିଲା । ହଠାତ୍ ଧଡ଼ଧଡ଼ ଶବ୍ଦ କରିବା ସହ ଟ୍ରେନ୍ର ଅଧାରୁ ଅଧିକ କୋଚ୍ ରେଳ ଲାଇନ୍ରୁ ବାହାରି ବାମପଟକୁ ଢଳିପଡ଼ିଥିଲା ।

କୋଚ୍ଗୁଡ଼ିକ ପରସ୍ପର ସହିତ ଧକ୍କା ହୋଇ କିଛି ମିଟର ମାଟିରେ ଘୁଷୁଡ଼ିବା ପରେ ଅଟକି ଯାଇଥିଲା । ଏହି ରେଳ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ସୌଭାଗ୍ୟବଶତଃ, କୋଚ୍ଗୁଡ଼ିକ ପଲଟି ନଥିବାରୁ ବଡ଼ ଏକ ବିପଦ ଟଳିଯାଇଥିବା ଓ ଟ୍ରେନ୍ରେ ଥିବା ୧୬ ଶହରୁ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *