ନ୍ୟୁଜ ଡେକ୍ସ: ସୋମବାର ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଏହି ସ୍ୱତନ୍ତ୍ର ବିଧି ହେବ । ମହାପ୍ରଭୁଙ୍କ ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି ।
ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଏ । ଏହା ଠାକୁରଙ୍କ ଏକ ଗୁପ୍ତ ନୀତି ଓ ବର୍ଷକେ ଏକାଧିକ ଥର ସମ୍ପନ୍ନ ହୁଏ । ତେଣୁ ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଏପ୍ରିଲ୍ ୩ ତାରିଖ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି କାମ । ୪ ଦିନ ପାଇଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାମ ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ମାସରୁ ରତ୍ନଭଣ୍ତାର ମରାପତି କାର୍ଯ୍ୟ ଆରମ୍ଭ ହୋଇଛି ଯାହା ଫେବୃଆରୀ ରୁ ମାର୍ଚ୍ଚ ଭିତରେ ସାରିବାକୁ ସ୍ଥିର କରାଯାଇଥିଲା । ହେଲେ ବର୍ତ୍ତମାନ ମରାମତି କାର୍ଯ୍ୟ ଶେଷ ହେବ ପାଇଁ ସମୟ ଲାଗିବ ବୋଲି ପୂର୍ବରୁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସୂଚନା ଦେଇଥିଲେ ।
