Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ଗରମ ବଢ଼ିବନି। କାଳବୈଶାଖୀ ଓ ଟ୍ରପଲାଇନ୍ର ପ୍ରଭାବ ଯୋଗୁ ଅଧିକ ଗରମ ଅନୁଭୂତ ହେବନାହିଁ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି । ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ଅଛି ।

ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମେ’ ମାସକୁ ନେଇ ଆକଳନ କରାଯାଇଛି ଯେ, ଏହି ମାସରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ। ରାତିରେ ଅଧିକ ଗରମ ଓ ଗୁଳୁଗୁଳି ସମ୍ଭାବନା ରହିଛି। ମେ’୧ ତାରିଖ ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ସମ୍ଭାବନା ଅଛି। ପବନର ବେଗ ୫୦ରୁ ୬୦ କିମି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବ ।

ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । ୩ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୪, ୫ ଓ ୬ ତାରିଖରେ ବି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଭାରତୀୟ ପାଣିପାଗ ବିଭାଗ ମେ ମାସକୁ ନେଇ ଆକଳନ କରି କହିଛି, ମେ ମାସରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ ।

ରାତି ବେଳା ଅଧିକ ଗରମ ଓ ଗୁଳୁଗୁଳି ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ମଙ୍ଗଳବାର ବହୁ ସ୍ଥାନରେ ଘନ ଘନ ବଜ୍ରପାତ ହୋଇଛି । ମାଲକାନଗିରିରେ ୨୨.୨ ମିମି ବର୍ଷା ହୋଇଛି । ଭବାନୀପାଟଣାରେ ୧୬.୬, ଟିଟିଲାଗଡ଼ରେ ୧୪, ରାୟଗଡ଼ାରେ ୧୩ମିମି ବର୍ଷା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *