Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତୀୟ ପାଣିପାଗ ବିଭାଗ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଅନୁଗୁଳ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟାରେ କାଳବୈଶାଖୀ ହେବାର ଆଶଙ୍କାରହିଛି।

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରାୟ ୨-୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି । ଓଡ଼ିଶାର ଅନ୍ୟ କୌଣସି ଜିଲ୍ଲାରେ କୌଣସି ବଡ଼ ପରିବର୍ତ୍ତନ ହୋଇନାହିଁ । ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ସାମାନ୍ୟ କମ ରହିଥିବା ବେଳେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତି ହେଉଛି । ଏହାସହ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆସନ୍ତା ୪ ଦିନ ଯାଏଁ ବର୍ଷାର ପ୍ରଭାବ ରହିବ । ସେହିପରି କାଳବୈଶାଖୀ ବର୍ଷାକୁ ନେଇ ୧୧ ଜିଲ୍ଲା କେନ୍ଦୁଝର, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ନୂଆପଡା, କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ ଓ ଗଜପତିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ବିଜୁଳି ଘଡଘଡି ସହ ହାଲୁକା ବର୍ଷା ଓ ୫୦ରୁ ୬୦ କିମି ବେଗରେ ଝଟକା ପବନ ରହିବା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ସେହିପରି କଳାହାଣ୍ଡି, ଜଗତସିଂହପୁର, କେନ୍ଦ୍ରାପଡା, ସୁନ୍ଦରଗଡ଼, ନୂଆପଡା, ବରଗଡ଼, କନ୍ଧମାଳ, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଢେଙ୍କାନାଳ ଓ ଯାଜପୁର ଏହି ୧୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସହ ୪୦ରୁ ୫୦ କିମି ଝଡି ପବନ ରହିବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *