Sun. Dec 22nd, 2024

ନ୍ୟୁଜ ଡେକ୍ସ:କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କଲେ ପିଏମ୍ ମୋଦି। ଓଡ଼ିଶାର ଗୁଣଗାନ ମଧ୍ୟ କଲେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରିଛନ୍ତି।

ହାଲା ମୋଦି (ସ୍ୱାଗତ ମୋଦି)କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି। ଏଥିସହ କୁଏତୀ ବନ୍ଧୁଙ୍କୁ ମଧ୍ୟ ସାଥିରେ ଆଣିବାକୁ ପ୍ରବାସୀ ଭାରତୀୟଙ୍କୁ ମୋଦି କହିଛନ୍ତି।କୁଏତ ସହରର ଶେଖ ସାଦ ଅଲ-ଅବଦୁଲ୍ଲା ଇନଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏକ ସ୍ୱତନ୍ତ୍ର ‘ହାଲ ମୋଦି’ କାର୍ଯ୍ୟକ୍ରମରେ ଭାରତୀୟ ଡିଆପୋରାର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତ-କୁଏତ ସମ୍ପର୍କ ଗଢ଼ିବାରେ ଭାରତୀୟ ସମ୍ପ୍ରଦାୟର ପ୍ରମୁଖ ଅବଦାନ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଆର୍ଥିକ ବିକାଶ, ମହିଳା ନେତୃତ୍ୱାଧୀନ ବିକାଶ ଭଳି ସଫଳତା ଉପରେ ଆଲୋକପାତ କରିବା ବ୍ୟତୀତ ‘ବିକାଶ ଭାରତ’ ଏବଂ ‘ନୂତନ କୁଏତ’ର ଦୁଇ ଦେଶର ସହଭାଗୀ ଆକାଂକ୍ଷାକୁ ଆଲୋକିତ କରିବା ସହିତ ଭାରତ ଏବଂ କୁଏତ ପାଇଁ ଏକ ବଡ଼ ସୁଯୋଗ ରହିଛି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *