Thu. Oct 23rd, 2025

ନ୍ୟୁଜ ଡେକ୍ସ: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। କୁପୱାରରେ ସୁରକ୍ଷାକର୍ମୀ ଏନକାଉଣ୍ଟର କରିଥିବା ଜଣାପଡ଼ିଛି। ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ଏନକାଉଣ୍ଟର କରାଯାଇଛି।

ସୋମବାର କୁପଓ୍ବାଡା ଅଞ୍ଚଳରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବଳକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ । ଆର୍ମି, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସ୍ପେଶାଲ ଅପରେସନ ଗ୍ରୁପର ସଂଯୁକ୍ତ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପୂରା ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ ।ଏହି ସମୟରେ ସେନା ଯବାନଙ୍କୁ ଦେଖି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଏହାର ପାଲଟା ଜବାବ ଦେଇଥିଲା ସୁରକ୍ଷାବଳ ।

ମାତ୍ର ଏହି ଗୁଳି ବିନିମୟ ଭିତରେ ଜଣେ ଭାରତୀୟ ଯବାନ ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଜମ୍ମୁ ଏବଂ କଶ୍ମୀରର ହିନ୍ଦୱାଡା ଜିଲ୍ଲାରେ ମଧ୍ୟ ସୁରକ୍ଷାବଳଙ୍କ ଆକ୍ସନ ଜାରି ରହିଛି । ସୁରକ୍ଷାବଳ ଜିଲ୍ଲର ଜଚଲଦାରାର କୁମ୍ଭୁରା ଅଞ୍ଚଳରେ ଘେରାବନ୍ଦୀ ଏବଂ ତଲାସୀ ଅଭିଯାନ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *