Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଉ ନାହାନ୍ତି ଗଞ୍ଜାମର ଗୌରବ, କୃଷ୍ଣଲୀଳା ସାଧକ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁ। ୧୦୭ ବର୍ଷ ବୟସରେ ଆଜି ଭୋର ସମୟରେ ନିଜ ବାସଭବନ ଗୋବିନ୍ଦପୁର (ଶେରଗଡ଼ ବ୍ଲକ, ଗଞ୍ଜାମ)ରେ ସେ ପରଲୋକଗମନ କରିଛନ୍ତି। ଗତ କିଛି ମାସ ଧରି ରୋଗଶଯ୍ୟାରେ ପଡ଼ିଥିବା ପରେ ତାଙ୍କର ବିୟୋଗ ଘଟିଛି।

କୃଷ୍ଣଲୀଳାରେ ଦୀର୍ଘ ଦଶକ ଧରି ସାଧନା ଓ ପ୍ରଚାର କରିବା ପାଇଁ ସେ ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ପଦ୍ମଶ୍ରୀ ଗୋପିନାଥଙ୍କ ବିୟୋଗକୁ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡ଼ିଆରେ ଏକ ଯୁଗର ଅବସାନ ଘଟିଥିବା ଏବଂ କୃଷ୍ଣଲୀଳା ଗାୟକ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ୱାଇଁଙ୍କ ବିୟୋଗ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।

ଗଞ୍ଜାମର ଲୋକ କଳାକୁ ପ୍ରଚାର ଓ ପ୍ରସାର କରିବାରେ ତାଙ୍କର ଜୀବନବ୍ୟାପି ସାଧନା ପାଇଁ ସେ ସର୍ବଦା ମନେରହିବେ ବୋଲି କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅନେକ ରାଜନୈତିକ ନେତା ଓ କଳାକାର ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *