ନ୍ୟୁଜ ଡେକ୍ସ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳାରେ ରହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଏହି ବଙ୍ଗଳା ଛାଡିବାର କିଛି ଦିନ ପରେ ଆତିଶୀ ସେଠାକୁ ଯିବେ। ଫ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଆତିଶୀଙ୍କ ସମସ୍ତ ଆସବାବପତ୍ର ସ୍ଥାନାନ୍ତର ଆରମ୍ଭ ହୋଇସାରିଛି।ସେପଟେ କିନ୍ତୁ ଯେମିତି ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଆତିଶୀଙ୍କ ପ୍ରଥମ ଗାଡି ପ୍ରବେଶ କରିବା ସହିତ ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ ।
ଏହାକୁ ନେଇ ଦିଲ୍ଲୀ ଲୋକ ନିର୍ମାଣ ବିଭାଗ, ପିଡବ୍ଲୁଡିର ଅଧିକାରୀଙ୍କ କହିବା କଥା, ଏ ପର୍ଯ୍ୟନ୍ତର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କୁ କୌଣସି ବି ବାସଭବନ ଆବଣ୍ଟନ କରାଯାଇନାହିଁ । ହେଲେ ବିଭାଗ ଏହା ବି ଦର୍ଶାଇଛି ଯେ, ସିବିଲ୍ ଲାଇନ୍ସ ସ୍ଥିତ ବଙ୍ଗଳାର ଚାବି ତାଙ୍କ ପାଖରେ ନାହିଁ । ଏନେଇ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପତ୍ର ଲେଖିସାରିଛନ୍ତି । ଯାହାକୁ ନେଇ ଏବେ ଘେରିଛି ବିଜେପି । ବିଜେପି କହିଛି, ମୁଖ୍ୟମନ୍ତ୍ରୀ ଅବୈଧ ଭାବେ ପୁରଉରା ମୁଖ୍ୟମନ୍ତ୍ରୀ ବାସଭବନରେ ରହିବାକୁ ଆସିଛନ୍ତି । ଆତିଶୀ ପିଡବ୍ଲୁଡି ଓ ପୋଲିସଙ୍କ ମାଧ୍ୟମରେ ଏହି ଘର ହାତେଇଥିବା ଅଭିଯୋଗ କରିଛି ବିଜେପି । ଏଥିସହିତ କେଜ୍ରିଓ୍ବାଲ ଯେଉଁ ୪୫ କୋଟିର ଆଲିସାନ ବଙ୍ଗଳାରେ ରହୁଥିଲେ ତାହା ଭିତର ରହସ୍ୟ ଲୁଚାଇବା ପାଇଁ କେଜ୍ରିଓ୍ବାଲ ଓ ଆତିଶୀ ଏପରି କରିଛନ୍ତି ବୋଲି ଦାବି କରିଛି ବିଜେପି । ଯାହାକୁ ନେଇ ଆପ୍ କହିଛି, ଆତିଶୀ ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ଥାନାନ୍ତରିତ ହେବା ପ୍ରକ୍ରିୟା ଚାଲୁରହିଛି ।
ପିଡବ୍ଲୁଡି ୬ ଅକ୍ଟୋବରକୁ ହିଁ ଏହାର ଚାବି ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ହସ୍ତାନ୍ତର କରିଥିଲେ । ବିଭାଗ ଏହା କଲା ବେଳେ ସମସ୍ତ ପ୍ରକ୍ରିୟା ଓ ପ୍ରଟୋକଲ ପାଳନ କରିଛି ବୋଲି ଦାବି କରିଛି ଆପ୍ । ତେବେ ସେପ୍ଟେମ୍ବର ମାସରେ ଆପ୍ ଜାତୀୟ ସଂଯୋଜକ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗତ ଶୁକ୍ରବାର ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳା ଛାଡିଥିଲେ। ବର୍ତ୍ତମାନ ସେ ମଣ୍ଡି ହାଉସ୍ ସ୍ଥିତ ୫ ଫିରୋଜଶାହ ରୋଡ୍ ରେ ଅବସ୍ଥାନ କରୁଛନ୍ତି।