Thu. Oct 23rd, 2025

ନ୍ୟୁଜ ଡେକ୍ସ: କେନ୍ଦୁଝର ଓ.ଏସ.ଏମ.ଇ ଖେଳ ପଡିଆ ଠାରେ ସଦର ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ ହୋଇଯାଇଅଛି । ଆୟୋଜିତ କାର୍ଯ୍ୟକ୍ରମରେ ସଦର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ତ୍ଵ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଲୋକ ସଭା ସାଂସଦ ଅନନ୍ତ ନାୟକ ଯୋଗ ଦେଇ ଅନ୍ତ୍ୟୋଦୟ ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।

ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୨୦୦ ହିତାଧିକାରୀ ଉପକୃତ ହେବାର ଯୋଜନା ରହିଛି। ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ ହିତାଧିକାରୀଙ୍କୁ ୨୬୦୩ କୋଟି ଟଙ୍କା ବଜେଟ ରେ ଅର୍ଥ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ କେନ୍ଦ୍ରୀୟ ପ୍ରାୟୋଜିତ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମିନ ସମେତ ବିଭିନ୍ନ ଯୋଜନା ପ୍ରବର୍ତ୍ତନ କରିଥିଲେ ମଧ୍ୟ (PMAY-G) ର ସୀମିତତା (LIMITATION) ହେତୁ ଅନେକ ପରିବାର ଅଛନ୍ତି ଯେଉଁମାନେ ଏହି ଯୋଜନା ଅଧୀନରେ ରହିଯାଇଛନ୍ତି ଓ ପକ୍କା ଘର ପାଇ ପାରୁ ନାହାନ୍ତି। ଅପରପକ୍ଷେ, ସ୍ୱଳ୍ପ ଆୟକାରୀ ପରିବାରମାନଙ୍କୁ ଏହି ଯୋଜନାରେ ମାଗଣା ଘର ଯୋଗାଇ ଦିଆଯିବ ।ସଦର ନିର୍ବାଚମଣ୍ଡଳୀର ସମସ୍ତ ସରପଞ୍ଚ ସମିତି ସଭ୍ୟ ସଭ୍ୟାଙ୍କ ସମେତ ମୁଖ୍ୟ ମନ୍ତ୍ରୀ ସଦର ବ୍ଲକ ପ୍ରତିନିଧି ଧନୁର୍ଜୟ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ସଦର ବ୍ଲକର ୨୭୩ ଜଣଙ୍କୁ ଅନ୍ତ୍ୟୋଦୟ ଗୃହ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି। ଏହି ଅବସରରେ ଭବାନୀପାଟଣା ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଜ୍ୟ ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭକୁ ଏଲଇଡି ମାଧ୍ୟମରେ ଉପସ୍ଥିତ ଲୋକେ ଦେଖିଛନ୍ତି । କାର୍ଯ୍ୟକ୍ରମକୁ ସଦର ବ୍ଲକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଗବତ ନାଏକ, ବିପିସି ପିଙ୍କୁ ବେହେରା, ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟ ପରିଚଳିକା ରଶ୍ମିରାଣୀ ମହାନ୍ତ ପ୍ରମୁଖ ମଞ୍ଚ ପରିଚାଳନାରେ ସହୋଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *