Mon. Feb 23rd, 2026

ନ୍ୟୁଜ ଡେକ୍ସ : ଆସନ୍ତାକାଲି କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଘଟଗାଁର ପ୍ରସିଦ୍ଧ ଦେବୀ ମା ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସେ କାଲି କରିବେ। ଏହି ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଗତ ଜୁନ୍ ୨୧ ତାରିଖରେ ମୋହନ ଚରଣ ମାଝି ମା ତାରିଣୀଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଆକାଙ୍କ୍ଷୀ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ କରାଯିବ।କାଲି ପ୍ରଥମେ ମୁଖ୍ୟମନ୍ତ୍ରୀ ମା ତାରିଣୀଙ୍କ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ।

ଏହା ପରେ ଘଟଗାଁ ମିନି ଷ୍ଟାଡିୟମରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ତଦାରଖ କରାଯାଉଛି।

Leave a Reply

Your email address will not be published. Required fields are marked *