ନ୍ୟୁଜ ଡେକ୍ସ : ଜିଏସଟି ସ୍ଲାବକୁ ନେଇ ମୋଦୀ ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ପ୍ରେସମିଟ କରିଛନ୍ତି । ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ଲାଗି ଆଜିର ବୈଠକରେ ବ୍ୟାପକ ଆଲୋଚନା ପରେ ଅନେକ ଦ୍ରବ୍ୟ ଓ ସେବା ଉପରୁ ଜିଏସଟି ହାର କମାଇବା ଓ କେତେକ ଦ୍ରବ୍ୟ ଓ ସେବାକୁ କର ମୁକ୍ତ କରିବା ପରି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଜିଏସଟି ପରିଷଦର ସଦ୍ୟତମ ସଂସ୍କାରକୁ ସ୍ୱାଗତ କରି ଏହାକୁ ଚାଷୀ, ଏମ୍ଏସଏମଇ, କ୍ଷୁଦ୍ର ବ୍ୟବସାୟୀ ଏବଂ ମଧ୍ୟବିତ୍ତ ପରିବାର ପାଇଁ ପ୍ରତ୍ୟକ୍ଷ ଲାଭ ବୋଲି କହିଛନ୍ତି। ଏଥିସହିତ କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବଢ଼ିବ ।
ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ । କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ । GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ ।ତେବେ ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଥିଲେ ।
