Sat. Feb 21st, 2026

ନ୍ୟୁଜ ଡେକ୍ସ: ବାତିଲ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ କାରଣରୁ ରାଷ୍ଟ୍ରୀୟ ଶୋକକୁ ଦୃଷ୍ଟିରେ ରଖି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏନେଇ ଯାଜପୁର ବିଜେପି ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ଡିମେମ୍ୱର ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଗସ୍ତରେ ଆସିଥାନ୍ତେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସାମିଲ ହୋଇଥାନ୍ତେ । ଭିସି ମାଧ୍ୟମରେ ଅମିତ ଶାହ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ସେହି ବୈଠକରେ ସବୁ ରାଜ୍ୟର ସଭାପତି, ସଙ୍ଗଠନ ମହାମନ୍ତ୍ରୀ, ପ୍ରଭାରୀ, ସହ-ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଥିଲା ।

ଏହାପରେ ୨୯ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତ ବେଳେ ସମ୍ବଲପୁର ଗସ୍ତ ନଥିଲା ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଥିଲେ ।

Leave a Reply

Your email address will not be published. Required fields are marked *