Fri. Oct 24th, 2025

ନ୍ୟୁଜ ଡେକ୍ସ: ରାଜ୍ୟର କୋଟି କୋଟି ଲୋକ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସମ୍ପର୍କରେ ସାଧାରଣ ଅବଗତ ନାହାଁନ୍ତି।ଖାଲି ସାଧାରଣ ଲୋକ ନୁହଁନ୍ତି ଅନେକ ସରକାରୀ ଅଧିକାରୀ ମଧ୍ୟ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନା ବିଷୟରେ ଜାଣିନାହାଁନ୍ତି। ସୋମବାର ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଜ୍ୟର ଏଭଳି ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ ହରିବାକୁ କମ୍ଭମପାତୀ।

ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍‌ ସୁବିଧା ବିଷୟରେ ଜାଣି ନାହାନ୍ତି ।ଜିଲ୍ଲାସ୍ତରୀୟ ବୈଠକରେ ଅନୁଧ୍ୟାନ କରି ଦେଖିଛି ଅଫିସର ମଧ୍ୟ ଏହି ବିଷୟରେ ଜାଣି ନାହାନ୍ତି । ଏପରିକି ଏଲିଟ୍‌ ବର୍ଗର ଲୋକେ ବି ଜାଣି ନାହାନ୍ତି କହି ଉଦ୍‌ବେଗ ପ୍ରକାଶ କରିଥିଲେ ରାଜ୍ୟପାଳ ।

ଏହା ସହ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନାର ଉଦାହରଣ ଦେଇଥିଲେ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାରେ କେବଳ ଘରର ମୁଖିଆ ନୁହେଁ, ପରିବାରର ସବୁ ସଦସ୍ୟ ସାମିଲ ହୁଅନ୍ତୁ । ବର୍ଷକୁ ୨୦ ଟଙ୍କା, ୪୩୬ ଟଙ୍କା ପ୍ରିମିୟମ କିଏ ଦେଇ ନ ପାରିବ ବୋଲି ରାଜ୍ୟପାଳ ପଚାରିଲେ ।

Leave a Reply

Your email address will not be published. Required fields are marked *