Thu. Oct 23rd, 2025

ନ୍ୟୁଜ ଡେକ୍ସ : ବିପର୍ଯ୍ୟୟ ପରିଚାଳନା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ଓଡ଼ିଶାକୁ ପ୍ରତିବର୍ଷ ଆସୁଥିବା ବିପର୍ଯ୍ୟୟ ପରିଚାଳନା ଲାଗି ୫ ଦାବି କଲେ ରାଜସ୍ବ ମନ୍ତ୍ରୀ । ଦୁଇ ହଜାର କୋଟି ଟଙ୍କାର ଓଡ଼ିଶାରେ ୫୦୦ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଦାବି କରିଛନ୍ତି ମନ୍ତ୍ରୀ ।

୮୩୬୩ କୋଟି ଟଙ୍କାରେ ରାଜ୍ୟରେ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ପରିବହନ ଏବଂ ବଣ୍ଟନ ଭିତ୍ତିଭୂମି ବିକଶିତ କରିବା ପାଇଁ ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଦାବି । ବିପର୍ଯ୍ୟୟ ଆଗୁଆ ସତର୍କ ସୂଚନା ଆଧୁନିକୀକରଣ ପାଇଁ ୨୦୦ କୋଟି ଦାବି ଦାବି କରିଛନ୍ତି ।

ସେହିପରି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଉପକୂଳ କ୍ଷୟ ନିବାରଣ ଏବଂ ଉପକୂଳ ଜୀବିକା, ଇକୋସିଷ୍ଟମର ସୁରକ୍ଷା ଏବଂ ସମୁଦ୍ର କୂଳ ଖାଉଥିବା ଅଞ୍ଚଳର ସୁରକ୍ଷା ପାଇଁ କେନ୍ଦ୍ର ଯୋଜନାରେ ଅନୁଦାନ ଦେବାକୁ ଚିଠିରେ ଲେଖାଯାଇଛି । ବିପର୍ଯ୍ୟୟ ପରିଚାଳନା ନେଇ ଜାତୀୟ, ଆନ୍ତର୍ଜାତୀୟ ସହଯୋଗ ଲୋଡ଼ିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Leave a Reply

Your email address will not be published. Required fields are marked *