Thu. Oct 23rd, 2025

ନ୍ୟୁଜ ଡେକ୍ସ: କୋଣାର୍କ ମନ୍ଦିର ସାମ୍ନାରେ ବସିଥିବା ୧୩ଟି ଉଠା ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ରବିବାର ଦିନ ବିଳମ୍ବିତ ରାତିରେ ବାଉଁଶ ଜରିପାଲରେ ବନ୍ଧା ଅସ୍ଥାୟୀ ଦୋକାନ ଗୁଡ଼ିକରେ ନିଆଁ ଲାଗି ଯାଇଥିଲା । ହସ୍ତଶିଳ୍ପ ଦୋକାନ ସହ କିଛି ଜଳଖିଆ ଦୋକାନ ମଧ୍ୟ ଜଳି ଯାଇଛି ।

ପୁରୀ ଜିଲ୍ଲା କୋଣାର୍କରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ସୂର୍ଯ୍ୟମନ୍ଦିର ଓ ନବଗ୍ରହ ମୁଖ୍ୟ ରାସ୍ତା ପାର୍ଶ୍ୱ ଉଠା ଦୋକାନରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଆଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ଏହି ଅଗ୍ନିକାଣ୍ଡରେ ହସ୍ତଶିଳ୍ପ ଓ ଜଳଖିଆ ଚା ଦୋକାନ ବିଶେଷ କ୍ଷତିଗ୍ରସ୍ତ ହୋଇଛି ।

ପ୍ରାୟ ୨୦ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ପୋଡି ପାଉଁଶ ହୋଇଛି । ପାଖରେ ଥିବା ଏକ ଏଟିଏମ୍ ଗ୍ଲାସ୍ ଡୋର ଭାଙ୍ଗି ଚୂରମାର ହୋଇଯାଇଛି । ତେବେ ସଟ୍ ସର୍କିଟ ଅଥବା କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ନଷ୍ଟ ହୋଇ ଯାଇଛି । ତେବେ ନିଆଁ କିପରି ଲାଗିଲା କାରଣ ସ୍ପଷ୍ଟ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *