ନ୍ୟୁଜ ଡେକ୍ସ :କୋରାପୁଟ ଜିଲ୍ଲାର କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ବ୍ରିଜ ନିକଟରେ ଘଟିଥିବା ଲୁଟ ମାମଲାରେ ପୋଲିସ ବଡ଼ ସଫଳତା ହାସଲ କରିଛି। ମାମଲାର ତଦନ୍ତ ପରେ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୮୦ ହଜାର ଟଙ୍କା, ୪ଟି ମୋବାଇଲ, ୨ଟି ଖଣ୍ଡା ଓ ୫ଟି ବାଇକ ଜବତ କରିଛି ପୋଲିସ। ଏନେଇ ଆଜି ଜୟପୁର ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଡିପିଓ ପାର୍ଥ କଶ୍ୟପ।
ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୮୦ ହଜାର ଟଙ୍କା ୪ଟି ମୋବାଇଲ ୨ଟି ଖଣ୍ଡା, ୫ଟି ବାଇକ ଜବତ କରିଛି ପୋଲିସ। ସୂଚନା ଅନୁଯାଇ ଗତ ୨୯.୧୦.୨୫ ତାରିଖରେ କୋଟପାଡର ଦେବାଶିଷ ପଟ୍ଟନାୟକ କୁନ୍ଦୁରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। କୁ୍ନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ବ୍ରିଜ ଉପରେ ଟଙ୍କା ଲୁଟ ହୋଇଥିଲା। ବ୍ୟବସାୟୀ ଦେବାଶିଷ ପଟ୍ଟନାୟକ ଓ ତାଙ୍କ ସାଥିଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟ ହୋଇଥିଲା । ୮ ଜଣ ମୁଖାଧାରି ଦୁର୍ବୁତ୍ତ ବାଇକରେ ଆସି ରାସ୍ତା ମଝିରେ କାରକୁ ଅଟକାଇ ବିଭିନ୍ନ ପ୍ରକାର ମାରାଣାସ୍ତ୍ର ଦେଖାଇ କାରରେ ଥିବା ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତି କରି ପୋଲିସ ୧୩୪/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଡକାୟତିର ଲାଇଫ ଭିଡିଓ ଜଣେ ପ୍ରତ୍ୟକ୍ଷଦର୍ଶୀ ଉତ୍ତୋଳନ କରିଥିଲେ। ଯାହାକି ପରବର୍ତ୍ତି ସମୟରେ ଭାଇରାଲ ହୋଇଥିଲା। ସେହି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ପାର୍ଥ କଶ୍ୟପ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ, କୁନ୍ଦୁରା ଥାନା ଅଧିକାର ଅଶ୍ୱିନ ପଟ୍ଟନାୟକ ଉପସ୍ଥିତ ଥିଲେ।

