Sun. Feb 22nd, 2026

ନ୍ୟୁଜ ଡେକ୍ସ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ଭଙ୍ଗା ଶୀତ ସହ ତୁଷାର ପାତ ଜାରି ରହିଛି । ଲଗାତାର ୩ ଦିନ ହେଲାଣି ପାରଦ ତଳ ମୁହାଁ ହେବାପରେ ବିଭିନ୍ନ ଜାଗାରେ ତୁଷାର ପାତ ଜାରି ରହିଛି । ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ୪ ଡିଗ୍ରୀ ତଳକୁ ପାରଦ ଖସିବା ପରେ ହିଁ ତୁଷାର ପାତ ହୋଇଥାଏ । ତେବେ ହାଡଭଙ୍ଗା ଶୀତ ସହ ଘନ କୁହୁଡି ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୫ ଡିଗ୍ରୀ ତାପମାତ୍ରା ସହ ଜି.ଉଦୟଗିରି ପାଲଟିଛି ସବୁଠୁ ଥଣ୍ଡା ସହର । ସେହିପରି ସେମିଳିଗୁଡ଼ା ୫.୯, ଫୁଲବାଣୀ ୮, ଦାରିଙ୍ଗବାଡ଼ି ୮.୫ ଡିଗ୍ରୀ, କୋରାପୁଟ ୯.୪, ରାଉରକେଲା ତାପମାତ୍ରା ୯.୫ ଡିଗ୍ରୀ, ଝାରସୁଗୁଡ଼ା, ଭବାନୀପାଟଣା, ନବରଂଗପୁର ୯.୮ ଡିଗ୍ରୀ ରେକର୍ଡ କରିଛି । ଅନ୍ୟପଟେ ଆସନ୍ତାକାଲିଠୁ ଶୀତ ପ୍ରକୋପ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨ରୁ ୩ ଡିଗ୍ରୀ ଯାଏଁ ବଢିପାରେ ପାରଦ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଫଳରେ ଆଜି ପରଠୁ ରାତି ତାପମାତ୍ରା ବୃଦ୍ଧି ପାଇବ। ଏହା କାରଣରୁ ରାଜ୍ୟରେ ଶୀତର ପ୍ରଭାବ କମିବ।

Leave a Reply

Your email address will not be published. Required fields are marked *