Thu. Oct 23rd, 2025

ନ୍ୟୁଜ ଡେକ୍ସ: ସମସ୍ତ ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା। କ୍ଷୁଦ୍ର ହୁଅନ୍ତୁ କିମ୍ଵା ବଡ଼ ଜମାକାରୀ ସମସ୍ତେ ଟଙ୍କା ପାଇବେ। ୧୦ ହଜାର ହେଉକି ୧୦ ଲକ୍ଷ ସାମାନ୍ୟ ପ୍ରମାଣ ଦେଖାଇଲେ ସମସ୍ତଙ୍କୁ ଟଙ୍କା ମିଳିବ। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଜମାକାରୀଙ୍କୁ ୪୭.୦୭ କୋଟି ଟଙ୍କା ଫେରସ୍ତ ହୋଇଛି।

ମନମୋହନ କହିଛନ୍ତି, କ୍ଷୁଦ୍ର ଜମାକାରୀ ହୁଅନ୍ତୁ କିମ୍ବା ବଡ଼ ଜମାକାରୀ ସମସ୍ତଙ୍କୁ ଟଙ୍କା ମିଳିବ । ମନରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ୍‌ ନୁହେଁ, ସମସ୍ତ କ୍ଷତିଗ୍ରସ୍ତ ଟଙ୍କା ପାଇବେ । ୧୦ ହଜାର ହେଉ କିମ୍ବା ୧୦ ଲକ୍ଷ ସମସ୍ତେ ଟଙ୍କା ଫେରସ୍ତ ପାଇବେ । ସାମାନ୍ୟ ପ୍ରମାଣ ଦେଖାଇଲେ ଟଙ୍କା ଫେରସ୍ତ କରାଯିବ । ବର୍ଷେ ଭିତରେ ୧ ଲକ୍ଷ ୨୬ ହଜାର ୧୩୭ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହୋଇଛି । ଆଉ ୩/୪ ମାସରେ ୫ ଲକ୍ଷ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନମୋହନ ।

ଏନେଇ ତାଲିକା ସଂପୂର୍ଣ୍ଣ ହୋଇଛି, ସେହି ଅନୁସାରେ ଟଙ୍କା ଫେରସ୍ତ କରାଯିବ । ଏହା ଏକ ନିୟମିତ ପ୍ରକ୍ରିୟା; ଆଉ ତାଲିକା ଆସିଲେ ପର୍ଯ୍ୟାୟ କ୍ରମେ ଟଙ୍କା ଦେବୁ ବୋଲି ମନମୋହନ କହିଛନ୍ତି । ତେବେ ଗତକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଆଶ୍ବସ୍ତି ଦେଇଥିଲେ । ଆସନ୍ତା ୩-୪ ମାସ ମଧ୍ୟରେ, ଆଉ ୫ ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

୩ ରୁ ୪ ମାସ ଭିତରେ ଚିଟ୍‌ଫଣ୍ଡ ଜମାକାରୀ ତାଙ୍କ ଟଙ୍କା ଫେରିପାଇବେ। ପ୍ରାୟୋଜିତ ଚିଟଫଣ୍ଡ କାରଣରୁ ଲକ୍ଷ ଲକ୍ଷ ଲୋକ ଅନିଶ୍ଚିତତା ଭିତରେ ଦିନ କାଟୁଥିଲେ। ସେତେବେଳେ ସରକାର ଉପରୁ ଓଡ଼ିଶା ଲୋକଙ୍କ ବିଶ୍ୱାସ ଉଠିଯାଇଥିଲା। ସୁପ୍ରିମକୋର୍ଟକୁ କେସ୍ ଗଲା ପରେ ପୂର୍ବ ସରକାର କର୍ପସ୍ ଫଣ୍ଡ ତିଆରି କଲେ। କିନ୍ତୁ ବିଜେଡି ସରକାରର ନିୟତି ଠିକ୍ ନଥିବାରୁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପୂର୍ବ ସରକାର କମିଶନ ପରେ କମିଶନ ବସାଇଲେ । କିନ୍ତୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ ।

Leave a Reply

Your email address will not be published. Required fields are marked *