ନ୍ୟୁଜ ଡେକ୍ସ: ଭୁବନେଶ୍ବର ଖଣ୍ଡଗିରିସ୍ଥିତି ହାଇଓ୍ବେ ଉପରେ ସିଏନଜି ଟ୍ୟାଙ୍କରରୁ ଗ୍ୟାସ ଲିକ୍ । ଫଳରେ ଖଣ୍ଡଗିରି ଅଞ୍ଚଳ ଗ୍ୟାସରେ ଗନ୍ଧମୟ ହୋଇପଡିଛି। ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ଉଭୟ ପଟରୁ ଗାଡି ଚଳାଚଳ ବନ୍ଦ ରହିଛି। ଖବର ପାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ୟାଙ୍କର ଉପରେ ପାଣି ସ୍ପ୍ରେ କରି ଗ୍ୟାସ ଲିକକୁ ନିୟନ୍ତ୍ରଣ କରୁଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଟ୍ୟାଙ୍କର ଭାଲବ ଖୋଲିଯିବା କାରଣରୁ ଏପରି ଗ୍ଯାସ ଲିକ ହୋଇଥିଲା। ଅନ୍ୟପକ୍ଷରେ ପ୍ରେସର ଅଧିକ ଥିବା କାରଣରୁ ଗ୍ଯାସ ଲିକ ବନ୍ଦ କରିବାକୁ ଘଟଣାସ୍ଥଳରେ ଜିଏଆଇଏଲ ବିଶେଷଜ୍ଞ ପହଞ୍ଚିଛନ୍ତି। ବରମୁଣ୍ଡାରୁ ସିଏନଜି ଟ୍ୟାଙ୍କ ଖୋର୍ଦ୍ଧା ଯାଉଥିବା ଜାଣିବାକୁ ମିଳିଛି।