ନ୍ୟୁଜ ଡେକ୍ସ: ଯାତ୍ରା ପାର୍ଟି ମାଲିକଙ୍କୁ ବିଏମସିର ତାଗିଦ୍ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କମିଶନରଙ୍କ ନିର୍ଦ୍ଦେଶ ।ମେଳା ପୂର୍ବରୁ ଆଜି ଖଣ୍ଡଗିରିରେ ବିଏମସି କମିଶନର ସମୀକ୍ଷା କରିଛନ୍ତି । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ କଡା ତାଗିଦ କଲେ ବିଏମସି କମିଶନର ।
ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦେଲେ ବିଏମସି କମିଶନର ରାଜେଶ ପ୍ରଭାକାର ପାଟିଲ । ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ଗାଇଡଲାଇନ ଅନୁସାରେ ଯାତ୍ରା ହେବା ନେଇ ଆଶା ଥିବା ପାଟିଲ କହିଛନ୍ତି ।କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରିମେଳା । ମେଳା ବୁଲିକାବୁ ଆସୁଥିବା ଦର୍ଶକ ଏବଂ ଅସ୍ଥାୟୀ ଦୋକାନୀଙ୍କ ପାଇଁ ସୁବ୍ୟବସ୍ଥା ଉଭୟ ସରକାର ଓ ବିଏମସି ପକ୍ଷରୁ କରାଯାଇଛି ।
ସେହିପରି, ସ୍ୱଚ୍ଛ ପରିମଳ ବ୍ୟବସ୍ଥା ଉପରେ ବିଏମସି ଫୋକସ କରିଛି । ସ୍ଥାୟୀ ଆଲୋକୀକରଣ, ପାନୀୟଜଳ ଓ ମୋବାଇଲ ଟଏଲେଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପରିବେଶ ସଫା ସୁତାର ରହିବ, ସେଥି ପ୍ରତି ଜନସାଧାରଣ ଯତ୍ନବାନ ରୁହନ୍ତୁ । ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର । ୧୦୦ ମିଟର ବ୍ୟବଧାନରେ ନିୟୋଜିତ ହେବେ ଜଣେ ଲେଖାଏଁ ସ୍ୱାସ୍ଥ୍ୟକର୍ମୀ ବୋଲି ବିଏମସି କମିଶନର ରଜେଶ ପ୍ରଭାକର ପାଟିଲ କହିଛନ୍ତି ।

