ନ୍ୟୁଜ ଡେକ୍ସ: ପୁଣି ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ପ୍ରବାସୀ ଭାରତୀୟ ଦିବସ ବ୍ୟାଘାତ ପାଇଁ ଧମକପୂର୍ଣ୍ଣ ମେଲ୍ ପଠାଇଛି ପନ୍ନୁ । ତେବେ ଏହି ଧମକପୂର୍ଣ୍ଣ ମେସେଜ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲ୍କୁ ଆସିଛି । ଭିଡିଓ ମାଧ୍ୟମରେ ଧମକ ପୂର୍ଣ୍ଣ ମେଲ୍ ଦେଇଛି ପନ୍ନୁ । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି।
ପ୍ରବାସୀ ଭାରତୀୟ ଦିବସରେ ବ୍ୟାଘାତ ସୃଷ୍ଟି କରିବା ପାଇଁ ଭିଡିଓ ମାଧ୍ୟମରେ ମେସେଜ୍ ଦିଆଯାଇଛି। ଏହି ମେସେଜ୍ରେ ଭୁବନେଶ୍ଵରକୁ ପୁଣି ଟେରର୍ ସିଟି ବୋଲି କୁହାଯାଇଛି। ଏହା ସହ ପ୍ରବାସୀଙ୍କୁ ଭୁବନେଶ୍ଵର ଆସିବାକୁ ମନା କରାଯାଇଛି। ଆତଙ୍କବାଦୀ ହତ୍ୟାର ବଦଲା ନେବାକୁ ଧମକ ଦେଇଛି। ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ କୁହାଯାଇଛି।ପ୍ରକାଶ ଥାଉକି, ଏହା ପୂର୍ବରୁ ଭୁବନେଶ୍ଵରରେ ଚାଲିଥିବା ଡିଜିପି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ୍ କରିଥିଲା।
ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲା। ଏହି ଅଡିଓ ମେସେଜ୍ରେ ଭୁବମେଶ୍ବର ବିମାନ ବନ୍ଦରକୁ ଟାର୍ଗେଟ୍ କରାଯାଇଥିଲା ଏବଂ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେଇଥିଲା। ଏତଦ୍ ବ୍ୟତୀତ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଅଡିଓ ଜାରି କରିଥିଲା। ଏହାପରେ କ୍ରାଇମ୍ବ୍ରାଞ୍ଚ ତରଫରୁ ତଦନ୍ତ କରାଯାଇଥିଲା। ଏହି ମେସେଜ୍ଟି ପନ୍ନୁ ପାଖରୁ ହିଁ ଆସିଥିବା ସ୍ପଷ୍ଟ ହୋଇଥିଲା।