Thu. Oct 23rd, 2025

ନ୍ୟୁଜ ଡେକ୍ସ : ଜମ୍ମୁ କାଶ୍ମୀରର ଉଧମପୁରରେ ବଡ଼ ଦୁର୍ଘଟଣା। ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଖାଇକୁ ଖସିପଡ଼ଛି। ଏହି ଦୁର୍ଘଟଣାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କମାଣ୍ଡ ହସ୍ପିଟାଲକୁ ପଠାଯାଇଛି।

ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।୨ CRPF ଯବାନ ମୃତ, ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି- କଣ୍ଡୱା-ବସନ୍ତଗଡ଼ ଅଞ୍ଚଳରେ CRPF ର ଏକ ଗାଡ଼ି ସହିତ ଘଟିଥିବା ସଡ଼କ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ। ଗାଡ଼ିରେ CRPF ର ଅନେକ ସାହସୀ ଯବାନ ଥିଲେ। ମୁଁ ବର୍ତ୍ତମାନ ଡିସି ସଲୋନୀ ରାୟଙ୍କ ସହ କଥା ହୋଇଛି ଯିଏ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ମୋତେ ସୂଚନା ଦେଉଛନ୍ତି। ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି।

ସ୍ଥାନୀୟ ଲୋକମାନେ ସ୍ୱଇଚ୍ଛାରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସମସ୍ତ ସମ୍ଭାବ୍ୟ ସାହାଯ୍ୟ ସୁନିଶ୍ଚିତ କରାଯାଉଛି।ଉଧମପୁର ଅତିରିକ୍ତ ଏସପି ସନ୍ଦୀପ ଭଟ୍ କହିଛନ୍ତି, “ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳର କାଣ୍ଡୱା ନିକଟରେ ଏକ CRPF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଯବାନଙ୍କ ସହିଦ ହୋଇଛନ୍ତି। ୧୨ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି।”

Leave a Reply

Your email address will not be published. Required fields are marked *