ନ୍ୟୁଜ ଡେକ୍ସ: ଖାଇକୁ ଖସିଲା ବୋଲେରୋ। ଘଟଣାସ୍ଥଳରେ ହିଁ ଆଖିବୁଜିଲେ ୪ ଜଣ। ଜମ୍ମୁ-କଶ୍ମୀରର କିସ୍ତିବାଡା ସ୍ଥିତ ପଦ୍ଦାରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ବୋଲେରୋରେ ମୋଟ ୬ ଜଣ ଥିଲେ। ମିଳିଥିବା ସୂଚନା ଅନୁସାରେ, ବୋଲେରୋରେ ଲୋକମାନେ ପଦ୍ଦାରରୁ ମାସୁ ଗାଁ ଅଭିମୁଖେ ଯାଉଥିଲେ ।
ଏହି ସମୟରେ ଗାଡିଟି ନିୟନ୍ତ୍ରଣ ହରାଇଥିଲା । ଖାଇକୁ ଖସି ପଡିଥିଲା । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି । ଡ୍ରାଇଭରଙ୍କ ସମେତ ୨ ଜଣ ନିଖୋଜ ଅଛନ୍ତି । ନିଖୋଜ ଥିବା ଦୁଇ ଜଣଙ୍କୁ ଖୋଜାଖୋଜି ଜାରି ରହିଛି ।
ଗାଡିଟି ଯେଉଁଠି ଖସିଲା ସେଠି ନଦୀ ଥିବାରୁ ସେମାନେ ଭାସି ଯାଇଥିବା ଅନୁମାନ କରାଯାଉଛି ।ସେପଟେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
