ନ୍ୟୁଜ ଡେକ୍ସ : ଏଣେ ତେଣେ ବୁଲା କୁକୁରଙ୍କୁ ଖାଇବା ଦେବା ନେଇ ବାରଣ କରାଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ । ସରକାରୀ ବ୍ୟବସ୍ଥା ନେଇ କାମ କରିବୁ । ବର୍ଷା ପାଇ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଧିମେଇଚି ।
କୁକୁରଙ୍କ ପାଇ ଅଧିକ କେନାଲ ବ୍ୟବସ୍ଥା କରାଯିବ। ମେୟରଙ୍କ କହିବା କଥା ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି ।ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ସବୁ ତଥ୍ୟ ରହିବ । ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ । ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ।ଆଜି ସୁପ୍ରିମ୍କୋର୍ଟ କୁକୁର ପ୍ରେମୀଙ୍କ ସପକ୍ଷରେ ବଡ଼ ରାୟ ଶୁଣାଇଛନ୍ତି।
ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ବୁଲୁଥିବା ସମସ୍ତ ବୁଲା କୁକୁରଙ୍କୁ ଧରି ପ୍ରଥମେ ଆଶ୍ରୟ ସ୍ଥଳ ନିଆଯିବ । ସେଠାରେ ତାଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ପୁନଶ୍ଚ ମୁକ୍ତ କରାଯିବ । ତେବେ, ସର୍ବସାଧାରଣ ସ୍ଥାନରେ ଖାଦ୍ୟ ଦେବା ନିଷେଧ ଏବଂ ନିର୍ଦ୍ଦିଷ୍ଟ ଖାଦ୍ୟ ସ୍ଥାନରେ ମାତ୍ର ଖାଦ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
