Sat. Feb 21st, 2026

ନ୍ୟୁଜ ଡେକ୍ସ : ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଅବସ୍ଥିତ ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍‌ ଆତଙ୍କ। ବିଦ୍ୟାଳୟର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୫ ଜଣ ଛାତ୍ର ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ରବିବାର ଦିନ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି।ସୂଚନା ଅନୁଯାୟୀ, ଆଜି ହଠାତ୍‌ ଅପରାହ୍ନରେ ୧୦ ଜଣ ଛାତ୍ର ଭୀଷଣ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ହେବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ମେଡିକାଲକୁ ନେଇଥିଲେ। ଟେଷ୍ଟ ପରେ ତାଙ୍କ ଦେହରେ ଜଣ୍ଡିସ୍‌ର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ହୋଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ୟାଳୟ ଉପାଧ୍ୟକ୍ଷ ଏନ୍‌.ସି. ଚକ୍ର ସୂଚନା ଦେଇଛନ୍ତି। ଏହି ଘଟଣା ପରେ ବିଦ୍ୟାଳୟ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତାକାଲି ସମସ୍ତ ଛାତ୍ରୀଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

କାହାରି ମଧ୍ୟରେ ଯଦି କୌଣସି ଲକ୍ଷଣ ଦେଖାଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ପାଇଁ ପଠାଯିବ।ଏଥିସହ ବିଦ୍ୟାଳୟରେ ସଚେତନତା ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ କେବଳ ଫୁଟା ପାଣି ପିଇବା, ଅନ୍ୟଙ୍କ ବୋତଲ କିମ୍ବା ଥାଳି ବ୍ୟବହାର ନ କରିବାକୁ କଡା ଭାବେ କୁହାଯାଇଛି। ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ବିଦ୍ୟାଳୟ ଉପାଧ୍ୟକ୍ଷ କହିଛନ୍ତି।

Leave a Reply

Your email address will not be published. Required fields are marked *