Thu. Oct 23rd, 2025

ନ୍ୟୁଜ ଡେକ୍ସ : ଖୋଲିଲା ହୀରାକୁଦ୍ ଗେଟ୍ ।ଏକାସାଙ୍ଗେ ଖୋଲିଛି ହୀରାକୁଦର ୪ଟି ଗେଟ୍। ୨୪ ଘଣ୍ଟାରେ ଜଳସ୍ତର ୩ଫୁଟ୍ ବଢ଼ିଲାଣି । ଲଗାଣ ବର୍ଷା ପାଇଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର ।ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଗେଟ୍ ଖୋଲିବାକୁ ହୋଇଛି ନିଷ୍ପତି ।ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ।

ଏହା ସହ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ତେବେ ସୂଚନା ମୁତାବକ, ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଅବିରତ ବର୍ଷା ପରେ ଜଳଭଣ୍ଡାରରେ ଜଳପ୍ରବାହ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଯାହା ଫଳରେ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି।

ସେହିପରି ଜିଲ୍ଲା ପ୍ରଶାସନ ଏକ ପରାମର୍ଶ ଜାରି କରିଛି। ତଦନୁଯାୟୀ, ଲୋକମାନଙ୍କୁ ମହାନଦୀକୁ ନ ଯିବା ପାଇଁ ସତର୍କ କରାଯାଇଛି। କାରଣ ଅତିରିକ୍ତ ଜଳ ଛାଡିବା ପରେ ତଳମୁଣ୍ଡରେ ଜଳ ପ୍ରବାହ ବୃଦ୍ଧି ପାଇବାର ଆଶଙ୍କା ରହିଛି। ନଦୀ କୂଳରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି। ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ବୃଦ୍ଧି ପାଇ ୬୨୦.୫୦ ଫୁଟରେ ରହିଛି।

Leave a Reply

Your email address will not be published. Required fields are marked *