Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଡ଼ପମଣ୍ଡପରେ ସରିଲା ଦାରୁଦିଅଁଙ୍କ ଲୀଳାଖେଳା । ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ଫେରିଲେ ମହାପ୍ରଭୁ । ଆଜି ପବିତ୍ର ବାହୁଡା ଯାତ୍ରା । ରତ୍ନବେଦୀକୁ ଫେରିଲେ କାଳିଆ ଠାକୁର । ଜନ୍ମବେଦୀର ମୋହ ତୁଟାଇ ଫେରିଲେ ମଣିମା । ଫେରିଲା ବାଟରେ ମାଉସୀ ମା’ ହାତରୁ ଖାଇବେ ପୋଡପିଠା ।

ଏପଟେ ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି ଆବେଗ, ଉତ୍କଣ୍ଠା । ରଥ ଟାଣିବାକୁ ଭକ୍ତ ଉତ୍ସାହିତ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ । ତିନି ରଥକୁ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ବଡ଼ଦାଣ୍ଡରେ ଲହଡ଼ି ମାରୁଛି ଜନସମୁଦ୍ର।ଘଣ୍ଟଘଣ୍ଟା, ଭେରିତୂରୀରେ କମ୍ପୁଛି ଗଗନ ପବନ। ଭିଡ଼ ପାଇଁ କଡ଼ା ସୁରକ୍ଷା ଜାରି ରହିଛି।

ଧାର୍ଯ୍ୟ ସମୟ ଠାରୁ ପ୍ରାୟ ୧ ଘଣ୍ଟା ପୂର୍ବରୁ ବାହୁଡ଼ାଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରାଯାଉଛି। ଆଗେ ଅଗେ ଯାଉଛନ୍ତି ବଡ଼ ଠାକୁର ବଳଭଦ୍ର, ମଝିରେ ମାଆ ସୁଭଦ୍ରା ପଛରେ କାଳିଆର ରଥ ଗଡ଼ୁଛି।ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି ଆବେଗ ଆଉ ଉତ୍କଣ୍ଠା । ରଥ ଟାଣି ଭକ୍ତ ଉତ୍ସାହିତ।

Leave a Reply

Your email address will not be published. Required fields are marked *