ନ୍ୟୁଜ ଡେକ୍ସ : ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି । ଚାଷୀଙ୍କୁ ମିଳିଲା ସିଏମ କିଷାନ କିସ୍ତି ଟଙ୍କା । ତୃତୀୟ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା 2 ହଜାର ଲେଖାଏଁ ଟଙ୍କା । 1 ହଜାର 41 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ରାଜ୍ୟ ସରକାର ।
ଏଥିରେ 51 ଲକ୍ଷ 54 ହଜାର 115 ଜଣ ଚାଷୀ ଉପକୃତ ହୋଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର କୃଷି ମହୋତ୍ସବ ନୂଆଖାଇର ପୂର୍ବ ସନ୍ଧ୍ୟାରେ ପ୍ରତ୍ୟେକ ହିତାଧିକାରୀ ସିଧାସଳଖ (DBT) ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ପାଇଛନ୍ତି।
ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT)ରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଉପସ୍ଥିତିରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଅପରପକ୍ଷରେ ୨୮ ଅଗଷ୍ଟରେ ପାଳିତ ହେବାକୁ ଥିବା ନୂଆଖାଇ ପର୍ବ ପୂର୍ବରୁ ଏହି ପାଣ୍ଠି ଜାରି କରାଯାଇଛି।
