Sat. Feb 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ନକଲି ଔଷଧର ବୃଦ୍ଧି ଗଭୀର ଚିନ୍ତାର କାରଣ ହୋଇଉଠିଛି। ଗତ ୪ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୧ ରୁ ୨୦୨୪-୨୫ ମଧ୍ୟରେ ରାଜ୍ୟରେ ମୋଟ ୧୬୮ଟି ନକଲି ମେଡିସିନ ଚିହ୍ନଟ ହୋଇଥିବା ସହ ଅଢେଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ନକଲି ଔଷଧ ଜବତ ହୋଇଥିବା ତଥ୍ୟ ଆଜି ବିଧାନସଭାରେ ପ୍ରକାଶ ପାଇଛି।

ଏସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମତାନୁସାରେ, ପାନ-୪୦, ପାନଟପ, ଟେଲମା, ପାରାସିଟାମଲ ପରି ଗୁରୁତ୍ୱପୂର୍ଣ୍ଣ ଔଷଧ ସମେତ ପ୍ରାୟ ୮୦ ପ୍ରକାର ନକଲି ଔଷଧ ବଜାରରେ ବିକ୍ରି ହେଉଥିବା ବେଳେ ସେଗୁଡ଼ିକୁ ଚିହ୍ନଟ କରାଯାଇଛି।

୦୨୧ରେ ୭୯ଟି, ୨୦୨୨ରେ ୬୪ ଟି, ୨୦୨୩ରେ ୧୪ଟି ଏବଂ ୨୦୨୪ରେ ୧୧ଟି ନକଲି ମେଡିସିନ ଚିହ୍ନଟ ହୋଇଛି ବୋଲି ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣାପଡିଛି ।ସେହିଭଳି ୩୮୮ଟି ନିମ୍ନମାନର ମେଡିସିନ ଯାହାକି ଆବଶ୍ୟକୀୟ ଗୁଣବତ୍ତା ଏବଂ ପ୍ରଭାବଶାଳୀ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି । ଅର୍ଥାତ୍ NSQ ବା ନଟ୍ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି ।

Leave a Reply

Your email address will not be published. Required fields are marked *