Thu. Oct 23rd, 2025

ନ୍ୟୁଜ ଡେକ୍ସ : ବିଜେପି ନେତାଙ୍କ ଜଘନ୍ୟ କାଣ୍ଡ। ପ୍ରେମିକା କଥାରେ ପଡ଼ି ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇଲେନି ନେତା। ସେ ଏତେ ଚାଲାକ୍ ଥିଲେ ଯେ ସ୍ତ୍ରୀକୁ ମାରିବା ପରେ ଏହି ହତ୍ୟାକାଣ୍ଡକୁ ଡ଼କାୟତିର ରୂପ ଦେଇଥିଲେ। ହେଲେ କଥାରେ ଅଛି ପରା ଚୋର ଘର ସବୁବେଳେ ଅନ୍ଧାର ନଥାଏ।

ଦିନେ ନା ଦିନେ ସତ ସାମ୍ନାକୁ ଆସେ। ସେହିପରି ପୋଲିସର ତଦନ୍ତ ସମୟରେ ସବୁ ସତ ସାମ୍ନାକୁ ଆସିଗଲା।ତେବେ ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି, ଯେ କିଶନଗଡ଼ରେ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ରୋହିତ ସାଇନି ତାଙ୍କ ପତ୍ନୀ ସଞ୍ଜୁ ସାଇନିଙ୍କୁ ତାଙ୍କ ପ୍ରେମିକା ସହିତ ଯୋଜନା କରି ଗତ ଅଗଷ୍ଟ ୧୦ ତାରିଖରେ ହତ୍ୟା କରିଥିଲେ। ରୋହିତ ଏବଂ ଋତୁ ଉଭୟ ୨ ବର୍ଷ ଧରି ସମ୍ପର୍କରେ ଥିଲେ। ପୋଲିସ ପଚରାଉଚରା ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ହତ୍ୟା ସମୟରେ ଋତୁ ଉପସ୍ଥିତ ନଥିଲେ କିନ୍ତୁ ଯୋଜନାରେ ସାମିଲ ଥିଲେ।

ରବିବାର, ଅଗଷ୍ଟ ୧୦, ଅପରାହ୍ନ ପ୍ରାୟ ୨ଟା ସମୟରେ କିଶନଗଡ଼ରେ ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଉଥିବା ସମୟରେ, ସିଲୋରା ବିଜେପି ମଣ୍ଡଳର ସାଧାରଣ ସମ୍ପାଦକ ଏବଂ ତାଙ୍କ ପତ୍ନୀଙ୍କୁ ଘେରି ଡକାୟତି କରିବା ପାଇଁ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ, ଅଭିଯୁକ୍ତମାନେ ରୋହିତଙ୍କ ପତ୍ନୀଙ୍କ ଗଳା କାଟି ଦେଇଥିଲେ। ଆଉ ପରେ ପତ୍ନୀଙ୍କ ବିୟୋଗରେ କୁମ୍ଭୀର କାନ୍ଦଣା କାନ୍ଦିଥିଲେ । ହେଲେ ଯେତେବେଳେ ପୋଲିସ ରୋହିତଙ୍କୁ ହସ୍ପିଟାଲରେ ମାନସିକ ପଚରାଉଚରା କରିଥିଲା ସେତେବେଳେ ସତ ସାମ୍ନାକୁ ଆସିଥିଲା । ରୋହିତ ପତ୍ନୀଙ୍କୁ ଡକାୟତି ଯୋଜନା କରି ହତ୍ୟା କରିଥିବା ଅପରାଧ ସ୍ୱୀକାର କରିଥିଲେ । ପୋଲିସ ବର୍ତ୍ତମାନ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି।

Leave a Reply

Your email address will not be published. Required fields are marked *