ନ୍ୟୁଜ ଡେକ୍ସ : ଗଜପତି ଜିଲ୍ଲାରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଡ଼ବା ଥାନା ଗରଡ଼ମା ଗାଁରେ ଜ୍ବାଇଁପୁଅକୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି ।ରାସନ ଚାଉଳ ନେବାକୁ ଆସିଥିଲେ ଜ୍ବାଇଁପୁଅ ।
ଜ୍ବାଇଁକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଶ୍ବଶୁର ଘର ଲୋକେ । ଯୁବକଜଣକ ହେଉଛନ୍ତି ବୁଡୁଶିଳ ଗ୍ରାମର ଜଳନ୍ତ ବଳିଆରସିଂ ।ରାତି ସାରା ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ପୋଲିସ ଖବର ପାଇ ସକାଳେ ଗାଁରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା ।
ପାରିବାରିକ କଳିକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ୍ୟରେ ଝଗଡା ହେlଇଥିଲା, ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛିlଅଡ଼ବା ଥାନା ଅଧିକାରୀ ଶୁଭ୍ରାକାନ୍ତ ପଣ୍ଡା ଓ ସରପଞ୍ଚ ସମେତ ସ୍ୱାମୀ ସ୍ତ୍ରୀଙ୍କ ଉଭୟ ପରିବାରକୁ ନେଇ ଆଲୋଚନା ଜାରି ରହିଥିବା ସୂଚନା ଦେଇଛନ୍ତି।
