ନ୍ୟୁଜ ଡେକ୍ସ: ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ । ଓଲଟିଲା ଗୋରୁ ଗାଡ଼ି । ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ଏବଂ ୩ ଗୋରୁଙ୍କ ଚାଲିଗଲା ଜୀବନ । ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଲି ଠାରେ ଏଭଳି ଘଟଣା ଘଟିଛି । ତେବେ ଭଦ୍ରକର ଧୁସୁରି ଥାନା ଅଧୀନ ଆସୁରାଲି ଠାରେ ଏକ ବେଆଇନ ଗୋରୁ ବୋଝେଇ ଗାଡ଼ିକୁ ପିଛା କରିଥିଲା ଧୁସୂରୀ ପୋଲିସ ।
ପୋଲିସକୁ ଦେଖି ଗାଡ଼ି ଫେରାର ହେବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଭଦ୍ରକ ମେଡିକାଲରେ ମୃତ ଘୋଷଣା କରାଯାଇଛି । ତେବେ ୩ ଗୋରୁ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି, ଅନ୍ୟ ଏକ ଗୋରୁ ବୋଝେଇ ଗାଡ଼ି ମଧ୍ୟ ଜବତ୍ ହୋଇଛି । ସେହିପରି ଭଦ୍ରକ ପୁରୁଣା ବଜାର ଥାନା ଅଧୀନ ଅଞ୍ଚଳରୁ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗୋରୁ । ପୁରୁଣା ବଜାର ପୋଲିସର ଏକ ଟିମ୍ ସରକାର ନଗର ଅଞଳରେ ଚଢ଼ାଉ ସମୟରେ ଆମ୍ବୁଲାନ୍ସ ଭିତରୁ ଜବତ୍ ହେଲେ ଗୋରୁ ।
ଆମ୍ବୁଲାନ୍ସ ରୁ ୬ ଗୋରୁ ଜବତ୍ ହୋଇଥିବା ବେଳେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଅଟକ ରଖିଛି ପୁରୁଣା ବଜାର ପୋଲିସ ।ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱ ଜିଲ୍ଲାକୁ ଏହି ଗୋରୁ ଚାଲାଣ ବେଳେ ଜବତ୍ କରିଛି ପୋଲିସ । ପରେ ଅନ୍ୟ ଗୋଟିଏ ପିକଅପ୍ ମଧ୍ୟ ଜବତ୍ ହୋଇଛି ଓ ଡ୍ରାଇଭର ମଧ୍ୟ ଗିରଫ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ୩୦ ରୁ ଅଧିକ ଗୋରୁ ଉଦ୍ଧାର ହୋଇଥିବା ବେଳେ ପୋଲିସ ଉଦ୍ଧାର ଗୋରୁଙ୍କୁ ଭଦ୍ରକ ଗୋଶାଳାରେ ନେଇ ରଖିଛି ।
