Thu. Oct 23rd, 2025

ନ୍ୟୁଜ ଡେକ୍ସ : ଅନଲାଇନ୍‍ ବେଟିଂ ଆପ୍‍ ସହ ଜଡିତ ମାମଲାର ତଦନ୍ତ ପାଇଁ ଗୁଗଲ୍‍ ଓ ମେଟାକୁ ଇଡି ପକ୍ଷରୁ ନୋଟିସ୍‍ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ ଏହି ଉଭୟ କମ୍ପାନୀ ବେଟିଂ ଆପକୁ ପ୍ରୋତ୍ସାହିତ କରିଥିଲେ । ଏହାସହିତ ସେମାନଙ୍କର ଡିଜିଟାଲ ପ୍ଲାଟଫର୍ମରେ ବିଜ୍ଞାପନ ଏବଂ ୱେବସାଇଟକୁ ପ୍ରାଧାନ୍ୟ ଦେଇଥିଲେ ।

ତେଣୁ ଶନିବାର ଦିନ ଏହି ମାମଲାର ତଦନ୍ତ ସହିତ ଜଡିତ ଟେକ୍ ଜାଏଣ୍ଟ ଗୁଗୁଲ୍ ଏବଂ ମେଟାକୁ ଇଡି ନୋଟିସ୍ ଜାରି କରିଛି। ତେବେ ୨୧ ଜୁଲାଇରେ ପଚରାଉଚରା ପାଇଁ ସମନ ହୋଇଛି। ତେବେ ଅନେକ ସେଲିବ୍ରିଟି ଏବଂ ଇନଫ୍ଲୁଏନସରଙ୍କ ବିରୁଦ୍ଧରେ ତଦନ୍ତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଏହି ଟେକ୍ କମ୍ପାନୀଗୁଡ଼ିକ ବେଟିଂ ଆପକୁ ବିଜ୍ଞାପନ ସ୍ଲଟ୍ ପ୍ରଦାନ କରିଥିଲେ। ଏହି ପ୍ଲାଟଫର୍ମ ସହିତ ଜଡିତ ଥିବା ୱେବସାଇଟ୍ ଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରେ ଦେଖାଇବାକୁ ଅନୁମତି ଦେଇଥିବା ନେଇ ଅଧିକାରୀମାନେ କହିଛନ୍ତି। ଏସବୁ ବେଆଇନ୍ ହୋଇଥିବାରୁ ବର୍ତ୍ତମାନ୍ ଇଡି ଏହାକୁ ନେଇ ଏପରି ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *