ନ୍ୟୁଜ ଡେକ୍ସ: ମକର ସଂକ୍ରାନ୍ତି ପୂର୍ବରୁ କଟକର ଗୁଡ଼ି ଓ ମାଞ୍ଜା ସୂତା ଦୋକାନ ଉପରେ ପୋଲିସର ଚଢାଉ । ଚାଇନିଜ୍ ମାଞ୍ଜା ସୂତା ଉପରେ କଟକଣା ଥିବା ବଳେ କିଛି ଅମାନିଆ ଏହାକୁ ବିକ୍ରି କରୁଥିଲେ । ଏହି କାରଣରୁ ଚୌଧୁରି ବାଜର ଓ କାଠଗଡା ସାହିରେ ଥିବା ଦୋକାନ ଗୁଡ଼ିକରେ ପୁରୀଘାଟ ପୋଲିସ ଅଚାନକ ଚଢାଉ କରିଥିଲା । ଚଢାଉରେ ବିପୁଳ ପରିମାଣର ମାଞ୍ଜା ସୂତା ଜବତ କରାଯାଇଛି ।
ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ମାଞ୍ଜା ସୂତାରୁ କଟୁଛି ଲୋକଙ୍କ ବେକ । ଗତ ୭ଦିନରେ ମାଞ୍ଜା ସୂତା ଦୁର୍ଘଟଣାରେ ୫ଜଣ ଆହତ ହେଲେଣି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ତତ୍ପରତା ଦେଖାଇଛି । ନିୟମିତ ଭାବେ ପୋଲିସ ମାଞ୍ଜା ସୂତା ରେଡ୍ କରୁଛି ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା । ମାଞ୍ଜା ସୂତା ବିକ୍ରି କିମ୍ବା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା । ବିପୁଳ ପରିମାଣରେ ବେଆଇନ ସୂତା ଜବତ୍ କରାଯାଇଛି। କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଛି। ତେବେ ମାଞ୍ଜା ସୂତା ବ୍ୟାନ ସହ ବିକ୍ରି ଉପରେ ହାଇକୋର୍ଟ ମଧ୍ୟ କଟକଣା ଲଗାଇଛନ୍ତି। ମାଞ୍ଜା ସୂତା ବିକ୍ରି କଲେ ବ୍ୟବସାୟୀଙ୍କୁ ଧରିବାକୁ କଟକ ଡିସିପି ନିର୍ଦ୍ଦେଶ ଦେଇଛନ୍ତି। ମକର ସଂକ୍ରାନ୍ତିରେ ଗୁଡ଼ି ଉଡାଇବାର ପର୍ବ କାହିଁ କେତେ ଦିନରୁ ରହିଛି । କିନ୍ତୁ ପରମ୍ପରା ନାଁରେ ଚାଇନା ମାଞ୍ଜା ସୂତାରେ ଗୁଡି ଉଡାଉଥିବା କାରଣରୁ ଅନେକଙ୍କ ଜୀବନ ଯାଇଛି । ତେଣୁ ସବୁଥର ପରି ଏଥର ମଧ୍ୟ ଏହି ଦୁର୍ଘଟଣାକୁ ଏଡ଼ାଇବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ସୂଚନା ମୁତାବକ, ସୋମବାର ଚାଇନିଜ୍ ମାଞ୍ଜା ସୂତା ଲାଗି ମଧୁପାଟଣା ଅଞ୍ଚଳର ଅନିକେତ ଦାସ ନାମକ ବ୍ୟକ୍ତି ଆହତ ହୋଇଥିଲେ । ସେ ତ୍ରୀସୁଳିଆ ଅଞ୍ଚଳରେ ଯାଉଥିବା ସମୟରେ ମାଞ୍ଜା ସୂତା ଲାଗି ତାଙ୍କ ବେକ ଏବଂ ହାତରେ ଆଘାତ ଲାଗିଥିଲା । ଏନେଇ ପୋଲିସ ଖବର ପାଇବା ପରେ ଖୋଳତାଡ କରିଥିଲା । ଉକ୍ତ ମାଞ୍ଜା ସୂତା କେଉଁ ଦୋକନରୁ କିଣା ଯାଇଛି ତାହା ତଦନ୍ତ କରିଥିଲା ପୋଲିସ । ଉକ୍ତ ଦୋକାନରେ ଚଢାଉ କରିଥିଲା । କାରଣ ଚାଇନିଜ୍ ମାଞ୍ଜା ସୂତା ବିକ୍ରି ଉପରେ କଟକଣା ଲାଗିଛି । ଚୌଧୁରି ବାଜର ଓ କାଠଗଡା ସାହିରେ କିଛି ଅମାନିଆ ଏହାକୁ ବେଆଇନ୍ ଭାବରେ ବିକ୍ରି କରୁଥିବାରୁ ଉକ୍ତ ଗୁଡ଼ି ଦୋକାନ ଗୁଡିକରେ ପୁରୀଘାଟ ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ଚାଇନିଜ୍ ମାଞ୍ଜା ସୂତା ଜବତ କରାଯାଇଥିଲା । ଏହା ପରେ ଉକ୍ତ ଦୋକାନ ଗୁଡ଼ିକରେ ମାଞ୍ଜା ସୂତା ବିକ୍ରି ଉପରେ ରୋକ୍ ଲଗାଇଛି ପୋଲିସ ।
