Fri. Oct 24th, 2025

ନ୍ୟୁଜ ଡେକ୍ସ: ପିକନିକ ହେଲା କାଳ। ଗଜପତି ଜିଲ୍ଲା ମୋହନା କେନ୍ଦୁ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମିନି ଭ୍ୟାନ୍ ଘାଟିରେ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱରର ସରୋଜିନୀ ବେହେରା ।

ଗୋଟିଏ ପରିବାରର ୧୩ ସଦସ୍ୟ ଗତ ରାତିରେ ଭୁବନେଶ୍ୱର ଓ ନୟାଗଡ଼ରୁ ଏକ ଭ୍ୟାନ୍ ଯୋଗେ ଗୁପ୍ତେଶ୍ୱର ବାହାରିଥିଲ। ଆଜି ଭୋର ସମୟରେ ଗାଡ଼ିଟି ଗଜପତି ଜିଲ୍ଲା ମୋହନା ଥାନା ରାମଗଡ଼ ନିକଟସ୍ଥ କେନ୍ଦୁଘାଟି ଅତିକ୍ରମ କରୁଥିଲା। ମାତ୍ର କେନ୍ଦୁଘାଟି ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍ ପହଞ୍ଚି ଆହତଙ୍କୁ ପ୍ରଥମେ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ଏହି ଦୁର୍ଘଟଣା ପରେ ଭ୍ୟାନ୍ ଡ୍ରାଇଭର ଫେରାର ହୋଇ ଯାଇଛି।କେନ୍ଦୁଘାଟି ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟଇ ଧନଜୀବନ ହାନୀ ହେଉଥିବା ବେଳେ ଏନେଇ ପ୍ରଶାସନର ଦୃଷ୍ଟି ପଡ଼ୁନି। ୧୫ ଦିନ ପୂର୍ବରୁ କେନ୍ଦ ଘାଟି ବୁଲାଣିରେ ‘ମହାକାଳ’ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *