Thu. Oct 23rd, 2025

ନ୍ୟୁଜ ଡେକ୍ସ: ଚାଲିପାରୁନି ବିଧାନସଭା ଅଧିବେଶନ। ପ୍ରତିଥର ବିଭିନ୍ନ ପ୍ରସଙ୍ଗ ନେଇ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଠିକ୍ ସେହିପରି ଆଜି ମଧ୍ୟ ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସକ ପ୍ରତିବାଦ ଦେଖିବାକୁ ମିଳିଥିଲା। ସେଥିପାଇଁ ଗୃହ ଆରମ୍ଭରୁ ୧୨ଟା ୯ ପର୍ଯ୍ୟନ୍ତ ବିଧାନସଭା ମୁଲତବି ଘୋଷଣା କଲେ ବାଚସ୍ପତି ।

ଦୁଇ ଦିନର ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭାର ବଜେଟ ଅଧିବେଶନ । କିନ୍ତୁ ଗୃହ କାର୍ଯ୍ୟ ଆରମ୍ଭ ପରେ ଉଭୟ ବିରୋଧୀ ଦଳ ଗୃହ ମଧ୍ୟଭାଗକୁ ଆସି କରିଥିଲେ ବିଭିନ୍ନ ପ୍ରସଙ୍ଗ ନେଇ ନାରାବାଜି କରିଥିଲେ । ନାରୀ ନିର୍ଯାତନା ପ୍ରସଙ୍ଗରେ ହୋହାଲ୍ଲା କରି ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ । ସେହିପରି ଶିକ୍ଷା ଓ ନିଯୁକ୍ତିରେ ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ ହାତରେ ପ୍ଲାକାର୍ଡ ଧରି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ ।

ବିରୋଧୀଙ୍କୁ ନିଜ ନିଜ ସିଟରେ ବସିବାକୁ ବାଚସ୍ପତି କହିଥିଲେ ମଧ୍ୟ ହେଲେ ବିରୋଧୀ ଶୁଣିବାକୁ ନାରାଜ ଥିଲେ । ଯାହାଫଳରେ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମଧ୍ୟାହ୍ନ ୧୨ଟା ୯ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ସେପଟେ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିରୋଧ ପ୍ରଦର୍ଶନ ଜାରି ରଖିଛି । ବାକି ବିଜେଡି ମଧ୍ୟ ବିଧାନସଭା ପରିସରରେ ଆନ୍ଦୋଳନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *