Mon. Dec 23rd, 2024

ନ୍ୟୁଜ ଡେକ୍ସ: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ଼ ଝଟ୍କା । ନୂଆ ବିବାଦରେ ଫସିଲେ ବିଶିଷ୍ଟ ଉଦ୍ୟୋଗପତି ତଥା ଭାରତର ସବୁଠାରୁ ଧନୀ ଏବଂ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ । ଆମେରିକା ଆଣିଲା ଗୁରୁତର ଅଭିଯୋଗ । ଆମେରିକାରେ ସୋଲାର କଣ୍ଟ୍ରାକ୍ଟ ହାସଲ ପାଇଁ ଦେଇଥିଲେ ୨ହଜାର କୋଟି ଲାଞ୍ଚ ।

ଆଦାନୀଙ୍କ ସମେତ ୮ ଜଣ କୋଟି କୋଟି ଟଙ୍କାର ଠକେଇରେ ସାମିଲ । ପ୍ରକୃତରେ ଭାରତର ପ୍ରତିଷ୍ଠିତ ଶୀଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ନିଜ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବାକୁ ଗୌତମ, ତାଙ୍କ ପୁତୁରାଙ୍କ ସହ ଅନ୍ୟ ୭ ଜଣ ଲାଞ୍ଚ ଦେଇଥିବା ଅଭିଯୋଗରେ କୁହାଯାଇଛି। ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (ଏସଇସି) ପକ୍ଷରୁ ଏହି ଅଭିଯୋଗ ଆଣିଛି। ଗୌତମ ଆଦାନୀ, ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ଅଧିକାରୀଙ୍କ ସମେତ ଏଜ୍ୱୋର ପାୱାର ଗ୍ଳୋବାଲ ଲିମିଟେଡ୍‌ରେ କାର୍ଯ୍ୟକାରୀ ସିରିଜ କାବେନେସ ବିରୋଧରେ ଏ ଅଭିଯୋଗ ଆସିଛି। ଆମେରିକାରେ ଗୌତମ, ପୁତୁରା ସାଗର ନିଜ ରିନ୍ୟୁଏବଲ ଏନର୍ଜି କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ମିଳିବା ଲାଗି ଭାରତୀୟ ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ନିୟୁତ ଡଲାର (୨୨୩୬ କୋଟି ଟଙ୍କା) ଲାଞ୍ଚ ଦେଇଛନ୍ତି।

୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷ ଭିତରେ ଆଦାନୀ ଗ୍ରୁପକୁ ୨ ଆରବ ଡଲାରର ଲାଭ ହେବ ବୋଲି ଆକଳନ କରାଯାଇଛି। ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ନେଇ ଦୁଇଟି ଅଭିଯୋଗ ଆଣିଛି ଆମେରିକାର ଏସ୍‌ଇସି। ଏହାକୁ ନେଇ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି। ଏହାପରେ ଉଭୟ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *