Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଚାଞ୍ଚଲ୍ୟ । ଏକ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।

ଶନିବାର ସକାଳେ ଚନ୍ଦ୍ରଶେଖରପୁର ଥାନା ହାଉସିଂ ବୋର୍ଡ କଲୋନୀରୁ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀର ଏକ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ୩୦ ବର୍ଷିୟ ଜିତେନ କୁମାର । ପେଶାରେ ଜିତେନ ଜଣେ ଡ୍ରାଇଭର୍। ସେ ପୂର୍ବରୁ ବିବାହିତ ଏବଂ ୩ ସନ୍ତାନଙ୍କ ବାପା ମଧ୍ୟ । କିନ୍ତୁ ନିକଟରେ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ି ଆତ୍ମହତ୍ୟା କରିଥିବା ମହିଳାଙ୍କ ସହ ରହୁଥିଲେ ଚନ୍ଦ୍ରଶେଖର ପୁରରେ ରହୁଥିଲେ ।

ତେବେ ମୃତ ମହିଳା ଜଣଙ୍କ ମଧ୍ୟ ବିବାହିତ । କିନ୍ତୁ ସ୍ଵାମୀଙ୍କୁ ଛାଡି ସେ ଜିତେନଙ୍କ ସହ ରହୁଥିଲେ । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନାହିଁ କି ଆତ୍ମହତ୍ୟାର କାରଣ ମଧ୍ୟ ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖର ଥାନା ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *