ନ୍ୟୁଜ ଡେକ୍ସ: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ଅସ୍ତ୍ରୋପଚାର ଡେଲିଭରି । ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜରିଆନ । ବିଧାନସଭାରେ ଆଜି ଏପରି ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ୨ ବର୍ଷ ମଧ୍ୟରେ କେତେଜଣ ଶିଶୁ ଡାକ୍ତରଖାନାରେ ଜନ୍ମ ହୋଇଛନ୍ତି ? ଏମାନଙ୍କ ମଧ୍ୟରୁ କେତେଜଣ ଘରୋଇ ଓ କେତେଜଣ ସରକାରୀ ହସ୍ପିଟାଲରେ ଜନ୍ମ ହୋଇଛନ୍ତି ?
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ତଥ୍ୟ ମୁତାବକ, ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଡେଲିଭରୀ ହୋଇଥିବାବେଳେ, ସେଥିରୁ ୯୯ ହଜାର ୯୯୮ଟି ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ସେହିପରି ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୪୦ ହଜାର ୧୨୬ ଡେଲିଭରୀ । ସେଥିରୁ ୧ ଲକ୍ଷ ୧୩ ହଜାର ୫୯୮ ଅସ୍ତ୍ରୋପଚାର ଡେଲିଭରୀ ।
ସେହିପରି, ସରକାରୀ ହସ୍ପିଟାଲରେ ୨୦୨୨-୨୩ରେ ୬ ଲକ୍ଷ ୭୪୦ ଡେଲିଭରୀ ହୋଇଥିବାବେଳେ, ସେଥିମଧ୍ୟରୁ ୧ ଲକ୍ଷ ୮୩ ହଜାର ୪୪୩ ଅସ୍ତ୍ରୋପଚାର ଡେଲିଭରୀ ହୋଇଛି । ୨୦୨୩-୨୪ରେ ୫ ଲକ୍ଷ ୯୧ ହଜାର ୧୮୫ ଡେଲିଭରୀ ହୋଇଛି । ୧ ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାର ଡେଲିଭରୀ ହୋଇଛି ।ସେଥିରୁ ୧ଲକ୍ଷ ୧୩ ହଜାର ୫୯୮ଟି ଅସ୍ତ୍ରୋପଚାର ଡେଲିଭରି ହୋଇଛି ।
