Thu. Oct 23rd, 2025

ନ୍ୟୁଜ ଡେକ୍ସ: ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରାଜା ଚକ୍ର ଏବଂ ତାଙ୍କର ଅନ୍ୟ ୩ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଗିରଫ ପରେ ସମସ୍ତ ଅଭିଯୁକ୍ତ ଜାମିନି ପାଇଁ ନିମ୍ନ ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ । ତେବେ ସେଠାରୁ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।

ଏହି ମାମଲାରେ ୫ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମାନସ ବାରିକ, ଉତ୍କଳ ଦାସ, ସୁଶାନ୍ତ ସାମଲଙ୍କ ଜାମିନ ଖାରଜ କରାଯାଇଛି । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରର ସହଯୋଗୀ ମାର୍ଚ୍ଚ ୨୦ ତାରିଖରେ ଗିରଫ ହୋଇଥିଲା ।ଅନ୍ୟପଟେ, ରାଜା ଚକ୍ରର ଆଲିସାନ ଫାର୍ମ ହାଉସ୍ ବାଜ୍ୟାପ୍ତି ହେବ । ସିଲ୍ ପରେ ଆରମ୍ଭ ହୋଇଛି ପ୍ରକ୍ରିୟା । କେନ୍ଦୁଝର ଜିଲ୍ଲା ଗୋପାଳପୁର ମୌଜାରେ ୧୧ ଏକର ପରିମିତ ଜମିରେ ଥିବା ରାଜାର ଫାର୍ମ ହାଉସ୍ ଉପରେ EOW ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ କରାଯାଇଛି ମାପଚୁପ ।ହାଇକୋର୍ଟ ଗତ ୯ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏବେ ଜାମିନ ମାମଲାର ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଅଭିଯୁକ୍ତ ମାନେ ସମସ୍ତେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଅଟନ୍ତି। ଜାମିନରେ ବାହାରିଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ହାଇକୋର୍ଟ ଏହି ଜାମିନ ଆବେଦନ କୁ ଖାରଜ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *